Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy Thriller

3  

Bijay Prusty

Tragedy Thriller

ମୂଲଟିଏ ମୋତେ ଦିଅ

ମୂଲଟିଏ ମୋତେ ଦିଅ

1 min
208



ଦେଖୁଛ ତ ମୁଁ ଯେ ରକତ ନଥିବା

ଜିଅନ୍ତା କଙ୍କାଳ ଟିଏ

ବସିଛି ଆଜି ମୁଁ ମଣିଷ ହାଟରେ

ବିକିବାକୁ ମୂଲଟିଏ I


ଏ ବୁଢା କାମକୁ ନୁହେଁ ବୋଲି କହି

ଆଡହୋଇ ଚାଲିଯାଅ

ଦେଖିବାକୁ କେହି ଚେଷ୍ଟା ବି କରନି

ମୋ ଆଖି ତଳର ଲୁହ I


ମରଣ ଶେଯରେ ପଡିଛି ମୋ ବୁଢୀ

ଖାଇବାକୁ କିଛି ନାହିଁ

ଭୋକିଲା ପେଟରେ ମୂଲ ଲାଗିବାକୁ

ଏଇଠି ବସିଛି ଚାହିଁ I


ହାତ ପାତି ଭିକ ମାଗୁନି ତୁମକୁ

ମାଗୁଛି ମୁଁ ମୂଲଟିଏ

ଯବାବ ଦେଉଛି ପ୍ରଚଣ୍ଡ ଖଟିବି

ଦେହେ ପ୍ରାଣ ଥିବାଯାଏ I


ତଥାପି ତୁମର ହୃଦୟ ଟିକିଏ

ମୋ ପାଇଁ ତରଳେ ନାହିଁ

ବୁଝନି ମୋ ଦୁଃଖ ନିଜ ସ୍ୱାର୍ଥ ଦେଖ

ମୂଲଟିଏ ଦିଅନାହିଁ I

         


Rate this content
Log in

Similar oriya poem from Tragedy