STORYMIRROR

Priyabrata Mohanty

Tragedy Inspirational

4  

Priyabrata Mohanty

Tragedy Inspirational

ମୁଠାଏ ଭାତ

ମୁଠାଏ ଭାତ

1 min
318

ମୁଣ୍ଡର ଝାଳ      ତୁଣ୍ଡରେ ମାରି

ଖଟେ ସେ ଦିବା ରାତ

ବଡ ଜତନେ      କରୁଛି ଚାଷ

ମୁରୁକି ହସେ କ୍ଷେତ ।୧।


ଘରେ ଶୋଇବି      ଦେଖେ ସେ ଚାନ୍ଦ

ନାହିଁ ଯେ ପକ୍କା ଛାତ,

ବନ୍ୟା ମରୁଡ଼ି      ଝଡ଼ ତୋଫାନ

ସହେ ପ୍ରକୃତି ଘାତ ।୨।


ଥକି ଯାଏନି      ଭାଙ୍ଗି ପଡେନି

କରେ ଆନନ୍ଦେ ଚିତ୍ତ,

ବୀଜରୁ ଫଳ      ଦେବାକୁ ଦିଏ

ସାର ବିଷ ଓ ଖତ ।୩।


ଭାବିଛି ସେତ      ଭରିବ ପେଟ

ଯୋଗାଇ ଦେବ ଭାତ,

ଭୋକରେ କେହି      ରହିବେ ନାହିଁ

ହସିବ ଏ ଜଗତ ।୪।


ଘର ଚାଲିବ      ଋଣ ସୁଝିବ

ସପନ ହେବ ସତ, 

ଅମଳ ବିକି      କିଛି ପଇସା

ଛୁଇଁଲେ ତାର ହସ୍ତ ।୫।


ଦେଖରେ ଦେଖ      ବିଡମ୍ବନା ଏ

ଚାଷୀ ପାଏ ନା ଭାତ,

ବଜାର ଦର      ମିଳେ ତ ନାହିଁ

ମୁଣ୍ଡରେ ଦିଏ ହାତ ।୬।


ବଡ଼ ବଡ଼ିଆ      ପାଇବେ ଛାଡ଼

ବେଠି ଖଟଇ ପୁତ,

କଳା ବଜାରୀ      ଲୁଟୁଛୁ ଏଠି

କୃଷକ ଖାଏ ଲାତ ।୭।


ସର ଲବଣି      ଖାଉଛି କିଏ

ଖାଏ ତିଅଣ ସାତ,

କେମିତି ଭାଗ୍ୟ      ଅଟଇ ତାର

ମିଣେ ନା ମୁଠେ ଭାତ ।୮।


ଲଗାନ୍ତି ଏଠି      କିଛି ବି ଲୋକ

ନିଜ ଦେହରେ ଘୃତ,

ନୁଖୁରା ଦେହେ      ନାହିଁ ଯେ ତେଲ

ବଞ୍ଚିଛି ଖାଇ ବାତ ।୯।


ଋଣ ଭାରରେ      ଦୌଡ଼ି ଦିଏ

ଅନ୍ନ ଅଭାବେ ହତ,

ଧରଣୀ ସୁତ      ହେଉଛି ମୃତ

କିଏ ଯେ ତାର ମିତ ।୧୦।


କାହିଁକି ପ୍ରଭୁ      ଏମିତି କର

ହୁଏ କାହାର ହିତ,

ନିଗାଡ଼ି ଦେଇ      ନିଜ ରକତ

ପାଉନି ମୁଠେ ଭାତ ।୧୧।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy