STORYMIRROR

NIBEDITA MOHAPATRA

Abstract

2  

NIBEDITA MOHAPATRA

Abstract

ମୁଁଶାନ୍ତିରପ୍ରତୀକଧଉଳି

ମୁଁଶାନ୍ତିରପ୍ରତୀକଧଉଳି

1 min
373

ଦୟାନଦୀ କୂଳେ ଅବସ୍ଥାପିତ ମୁଁ

କେଉଁ ସୁଦୂର ଅତୀତରୁ

କାଳସ୍ରୋତରେ ପ୍ରବାହିତ ହୋଇଛି

ଅନେକ ଗାଥା ଓ ଘଟଣା

ତଥାପି ସ୍ମୃତିପଟଳେ ଉଜ୍ଜିବିତ

ବିଗତ ଦିନର ଗୌରବ

ନିର୍ବାକ ଅଧଃପତିତ ମୃତପ୍ରାୟ

ନିଶ୍ଚଳ ଭାବେ ଅଦ୍ୟାଦଧି

ସାଜିଛି ମୁଁ ଉତ୍କଳ ମହାବେଦୀରେ

ଇତିହାସର ମୁକସାକ୍ଷୀ


କଳିଙ୍ଗ ବୀରଙ୍କର ରଣହୁଙ୍କାରେ

ଶୋଣିତ ଧାର ଆର୍ତ୍ତନାଦେ

ପଦାତିକ ବାହିନୀର ଜୟଘୋଷେ

ପ୍ରକମ୍ପିତ ହେଲା ଗଗନ

ଶୂନ୍ୟ କରି ଶତଶତ ମାତୃକୋଳ

ସିମାନ୍ତର ଅହ୍ୟ ସିନ୍ଦୂର

କଳିଙ୍ଗ ଜନନୀର ସୁରକ୍ଷା ପାଇଁ

ବୀରପୁତ୍ରଙ୍କ ବଳିଦାନେ

ରୁଧିର ରଞ୍ଜିତ ହୋଇଲା ସେଦିନ 

ପୁଣ୍ୟ କଲ୍ଲୋଳିନୀ ଧାର


ସଂଗ୍ରାମ କ୍ଷେତ୍ରର ମୃତ୍ୟୁ ବିଭିଷିକା

ଜାଗ୍ରତ କଲା ଚଞ୍ଚକତା

ବିଚଳିତ ହୋଇଲା ଅନ୍ତର ପୁଣି

ଦେଖି ଶିର ବିହୀନ ସ୍କନ୍ଧ

ଶୀତଳ କରିବାକୁ ଅଶାନ୍ତି ବହ୍ନି

ଦେଇଥିଲି ଶାନ୍ତିର ବାର୍ତ୍ତା

ପରିବର୍ତ୍ତନ କରି ଚଣ୍ତାଶୋକଙ୍କୁ

ସଜାଇଲି ଧର୍ମର ଦୂତ

ଅହିଂସା ମନ୍ତ୍ରେ କରି ଅଭିମନ୍ତ୍ରିତ

ବାଣ୍ଟିଲି ବୌଦ୍ଧ ଧର୍ମ ଦୀକ୍ଷା


ବଦଳି ଯାଇଛି ଆଜି ବୀରଭୂମି 

ଓଡିଶା ମାଟି ରୂପରେଖ

ଚାଲିଛି ସର୍ବତ୍ର ହିଂସା ପ୍ରଣୋଦିତ

ଅନ୍ୟାୟର ଲୀଳାଖେଳା

ଶାନ୍ତିର ପ୍ରତୀକ ସାଜିବି ଦେଖୁଛି

ଲୋମହର୍ଷଣକାରୀ କାଣ୍ତ

ସ୍ବାର୍ଥନ୍ବେଷୀ ମନୁଷ୍ୟର ଅହଂକାର

ଅମାନବିକତାରେ ଘେରା

ହୃଦୟ ବିହୀନ କାର୍ଯ୍ୟ ସମୂହର

ନଗ୍ନତା ପୂର୍ଣ୍ଣ ପ୍ରତିଛବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract