STORYMIRROR

Sahadev Behera

Inspirational

2  

Sahadev Behera

Inspirational

ମୁନୀର ଅନଲାଇନ୍ ଶିକ୍ଷା

ମୁନୀର ଅନଲାଇନ୍ ଶିକ୍ଷା

1 min
121


କାନ୍ଦି କାନ୍ଦି ମୁନୀ  ବାପା ପାଖେ କହେ 

    କେମିତି ପଢିବି ପାଠ    

କରୋନା ଭୂତାଣୁ  କାୟା ବିସ୍ତାରୁଛି

    ଭୟେ ହୁଏ ଛଟପଟ ll


ସ୍କୁଲ ତାଲା ଅବା  କରୋନା ସେଣ୍ଟର 

    ପଢା ହେଉ ନାହିଁ ସେଠି 

ଘରେ ବସି ବସି  ମୋବାଇଲ ଧରି 

    କେମିତି ପଢିବି ଏଠି ll

     

ଗୁରୁଜୀ ଗୁରୁମା କଥା ଶୁଭୁନାହିଁ 

    ରହେନି ଇଣ୍ଟରନେଟ 

ମୋବାଇଲ ଧରି ଅନ ଲାଇନ୍ ରେ 

   ପଢି ହେଉ ନାହିଁ ପାଠ ll

    

ସାଙ୍ଗ ସାଥି ମେଳେ  ଖେଳୁ ନାହିଁ ଖେଳ 

    ଘରେ ରହି ମୁଣ୍ଡ ବ୍ୟଥା 

ମାଆ ତ ରୋଷେଇ କରେ ଦିନ ରାତି 

   ହୁଏନି ମୋ ସାଥେ କଥା ll

    

ପଡିଶା ଘରର ଦୁଆର କବାଟ 

    ଖୋଲା ନାହିଁ କେତେବେଳେ 

ଏକାପରି ଲାଗେ  ଘରେ ଦିନ ରାତି 

    ସଞ୍ଜ ହେଉ କି ସକାଳେ ll 

     

ନିତି ମୋବାଇଲ  ଦେଖି ଦେଖି ମୋର 

    ଆଖିରେ ବଢଇ ଚାପ 

କରୋନା ଭୂତାଣୁ ମହାମାରୀ ସାଜି

     ବିଶ୍ବେ ଦିଏ ଅଭିଶାପ ll

      

ବଡ ହେଲେ ନିଶ୍ଚେ  ଡାକ୍ତର ହୋଇବି 

     କରୋନା କରିବି ଦୂର 

କେତେ ନୂଆ ଟୀକା  ତିଆର କରିବି 

    ନ ହୋଇବ ରୋଗ ଜ୍ବର ll

  


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational