Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hasyamayee Raj

Classics

2  

Hasyamayee Raj

Classics

ମୁଁ

ମୁଁ

1 min
115


ବିସ୍ତୃତ ଦୁନିଆ ଭିତରୁ

ନିଜକୁ ସଙ୍କୁଚିତ କରି

ଏକଦମ୍ ନିଜ ପାଖରେ

ବିନ୍ଦୁଟିଏ କରି ରଖିବାକୁ

ବେଳେ ବେଳେ

ଭାରି ଇଚ୍ଛା ହୁଏ,

ନିଜ ଭିତରେ ନିଜକୁ

ଖୁବ୍ ଚିହ୍ନିବାକୁ

ମନଟା ବିକଳ ହୁଏ ।

ଏତେବଡ ପୃଥିବୀରେ

ନିଜର ନକ୍ସାକୁ

ଚିହ୍ନଟ କରିବାକୁ

ଏକ ଭିନ୍ନ ଦୁନିଆ

ମତେ ହାତଠାରି ଡାକେ,

ହେଲେ ମୁଁ କୋଉ ଯାଇପାରେ ।

ମୋ ମନ ଭିତରେ

ସେ ଦୁନିଆର ଛବିକୁ

ମୁଁ ବାରମ୍ବାର ଆଙ୍କୁଥାଏ,

ସେ ଦୁନିଆ

ସତରେ ଖୁବ୍ ନିଆରା

ନା ସେଠି ଥାଏ

ଏ ପୃଥିବୀର ଲୋଭ ମୋହ ମାୟା

ଅବା ଅତୃପ୍ତ କାମନା......

କେବଳ ମୁଁ ହିଁ ମୁଁ

ଏଇ ମୁଁ ଭିତରେ ପୁଣି

କେତେ ବିରାଟତ୍ବ...........

ସତେ ଏ ବିରାଟ ପୃଥିବୀଟା

ଲୁଚିଯିବ ତା'ର

ଅସ୍ତିତ୍ବ ଭିତରେ ।।

       


Rate this content
Log in

Similar oriya poem from Classics