STORYMIRROR

Satyabati Swain

Tragedy

3  

Satyabati Swain

Tragedy

ମୁଁ ତ୍ୱ ର ମୃତ୍ୟୁ

ମୁଁ ତ୍ୱ ର ମୃତ୍ୟୁ

1 min
238

ମୁଁ 

ବିଭୋର

ଶବ୍ଦ ମାନଙ୍କ ସହରେ ଜଳୁଥିବା 

ବତୀ ଖୁଣ୍ଟ ଦେଖି।


ମୁଁ 

ବେହୋସ୍

 ଭାଵ ମାନଙ୍କର ଇସାରା

 ବମ୍ ଫୁଟାରେ।

 

ମୁଁ 

ସ୍ତବ୍ଧ

ସମ୍ପର୍କ ଭାଷା ପ୍ରୟୋଗର

ପାକ ଶାଳା ଦେଖି।


ମୁଁ

ଉନ୍ମତ୍ତ

ଜିରୋ ଲାଇଟ୍ ଓ ବାରରେ

ପ୍ରେମର ହ୍ବିସ୍କ ପିଇ।


ମୁଁ

ଜଡ

ଅପମୃତ୍ୟୁର ଉଦଣ୍ଡ ନୃତ୍ୟ

ଘୁଙ୍ଗୁର ଗୀତରେ।


ମୁଁ 

ବାଟ ଭୁଲିଛି

ଆସକ୍ତି ଗଳି ଏବଂ

ସମ୍ମୋହନ ଅରଣ୍ୟରେ।


ମୁଁ ତ୍ୱର

ମୃତ୍ୟୁ

ଆବେଗ ମାନଙ୍କର

ତୀକ୍ଷ୍ଣ ଶର ବିଦ୍ଧ ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy