STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

"ମୁଁ ଶିକ୍ଷକ"

"ମୁଁ ଶିକ୍ଷକ"

1 min
263

ଏ ଦେଶ ମେରୁଦଣ୍ଡ

 ଏ ସମାଜ ରକ୍ଷକ

  ମୁଁ ଶିକ୍ଷକ ।

ନୀତି, ଆଦର୍ଶର

    ମହାନାୟକ

ଶିଷ୍ୟ ମାନଙ୍କର

 ପଥ ପ୍ରଦର୍ଶକ

ଦେଶ, ସମାଜ ତଥା

  ବିିିିଶ୍ଵ ସମୁଦାୟର

    ଦିଗ୍ ଦର୍ଶକ

     ମୁଁ ଶିକ୍ଷକ ।

ମାତା ଗୁରୁ, ପିତା ଗୁରୁ

 ତତ୍ପରେ ଅଟେ 

   ମୁଁ ବିିିଦ୍ୟା ଦାୟକ

  ଅଜ୍ଞାନ ଅନ୍ଧକାର

    ଦୂରୀଭୂତ କରି

   ମନ୍ତ୍ରୀ, ଯନ୍ତ୍ରୀ, ତନ୍ତ୍ରୀ,

      ଜ୍ଞାନୀ, ବିଜ୍ଞାନୀ

  ସଭିଙ୍କୁ ପ୍ରଦାନ କରେ

     ମୁଁ ଜ୍ଞାନ ଆଲୋକ

       ମୁଁ ଶିକ୍ଷକ ।

ପରମ ପୂଜ୍ୟ ଅଟନ୍ତି

 ଯେଉଁମାନେ

 ଯେେଁମାନେ ଏ

   ଦେଶର ଜନନାୟକ

ତାଙ୍କ ନୀତି ଆଦର୍ଶେ

   ଅନୁପ୍ରାଣିତ କରେ

    ମୋ ଶିଷ୍ୟ ଗଣଙ୍କୁ

 ସାଜି ଦେଶ ଭକ୍ତ

   ଶିଖାଏ ସେମାନଙ୍କୁ

      ଦେଶ ଭକ୍ତି

ସଜାଇ ନିଜକୁ

      ମୁଁ ଶିକ୍ଷକ।

ଖଳ ବୁଦ୍ଧି, 

  ଦୁର୍ବୁଦ୍ଧି ପରିତ୍ୟେଜି

ଗଢେ ମୋ ହସ୍ତେ

ଆଦର୍ଶବାଦୀ ଜନନାୟକ

 ଗଣତନ୍ତ୍ରର ରକ୍ଷାକବଚ

 ସଜାଏ ମୋ ଶିଷ୍ୟ ମାନଙ୍କୁ

କିପରି ଆଣିବେ 

 ଦେଶେ ଓ ସମାଜେ

  ନୂତନ ସୂର୍ଯ୍ୟର ଆଲୋକ

ସାଜିବେ କିପରି 

  ସେମାନେ ତ୍ୟାଗୀ

     ସମାଜ ସେବକ

ଅହରହ ଚେଷ୍ଟିତ ରୁହେ

   ସାଜି ମୁଁ ନିଜକୁ ଶିକ୍ଷକ ।

ଦୁର୍ନୀତି, ଭ୍ରଷ୍ଟାଚାର କରି ଦୂର

ଦେଶେ, ସମାଜେ କିପରି

ଆଣିବେ ମୋ ଶିିିିଷ୍ୟଗଣ ସଂସ୍କାର

 ସବୁଜିମା ଭରା ହେବ

 କିପରି ଆମ ଏ 

      ସାରା ସଂସାର

ସଦା ରୁହେ ମୁଁ ତତ୍ପର

  ଦେଶେ ଓ ସମାଜେ

ସୃଷ୍ଟି କରିବେ

   ନୂଆ ଚମକ

 ସଦା ଚେଷ୍ଟିତ ମୁଁ ଜଣେ

     ସଚ୍ଚା ଦେଶ ଭକ୍ତ

   ମୁଁ ଜଣେ ସଚ୍ଚା ଶିକ୍ଷକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational