STORYMIRROR

Santosh Samal

Tragedy Others

3  

Santosh Samal

Tragedy Others

ମୁଁ ଶେଫାଳି

ମୁଁ ଶେଫାଳି

1 min
399

ଫୁଲଟିଏ ଵୋଲି ପାଏ ସିନା ଆଦର

କୋଉ ମାଳି ମତେ କରେନି ନିଜର

ଦେଵତାଙ୍କ ପାଇଁ ଅଦରକାରି ଅଲୋଡା

ଵୋଧେ ସେଥିପାଇଁ ମୁଁ ଦୁନିଆରେ ଗଢ଼ା

ବିନା ଛୁଆଁରେ ଯାଏ ମଉଳି

ଦିନକ ପାଇଁ ଫୁଟି ଝଡିଯାଉ ଶେଫାଳି  ।


କାହାକୁ କରିଵୁ ଭାଵୁଚୁ ନିଜର

ଆଲୁଅ ପରେ ଆସେ ଅନ୍ଧାର

କେମିତି ଭାଵୁଚୁ ଏଠି ଵଞ୍ଚିବା ସହଜ

ଆଘାତକୁ ଛୁଇଁଲେ ଲାଗେ ଦରଜ

ଦୁଃଖକୁ ଚାପି ନିଜେ ଯାଉ ଜଳି

ଦିନକ ପାଇଁ ଫୁଟି ଝଡିଯାଉ ଶେଫାଳି  ।।


ଵଞ୍ଚିଵା ତୋ' ପାଇଁ ଏଠି ଭାରି ମହଙ୍ଗା

ନଈପାରି ହଵାକୁ ନାହିଁଲୋ ଡ଼ଙ୍ଗା

ପାଣିରେ ମଗର ଉପରେ ଜଗିଛି ଅଜଗର

କାହାଠୁ ଵଞ୍ଚେଇବୁ ଜୀବନ ତୋହର

ଵିଧାତା ତତେ' ସଜେଇଛି ପଡ଼ିବାକୁ ଵଳି

ଦିନକ ପାଇଁ ଫୁଟି ଝଡିଯାଉ ଶେଫାଳି ।।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy