ମୁଁ ଶେଫାଳି
ମୁଁ ଶେଫାଳି
ଫୁଲଟିଏ ଵୋଲି ପାଏ ସିନା ଆଦର
କୋଉ ମାଳି ମତେ କରେନି ନିଜର
ଦେଵତାଙ୍କ ପାଇଁ ଅଦରକାରି ଅଲୋଡା
ଵୋଧେ ସେଥିପାଇଁ ମୁଁ ଦୁନିଆରେ ଗଢ଼ା
ବିନା ଛୁଆଁରେ ଯାଏ ମଉଳି
ଦିନକ ପାଇଁ ଫୁଟି ଝଡିଯାଉ ଶେଫାଳି ।
କାହାକୁ କରିଵୁ ଭାଵୁଚୁ ନିଜର
ଆଲୁଅ ପରେ ଆସେ ଅନ୍ଧାର
କେମିତି ଭାଵୁଚୁ ଏଠି ଵଞ୍ଚିବା ସହଜ
ଆଘାତକୁ ଛୁଇଁଲେ ଲାଗେ ଦରଜ
ଦୁଃଖକୁ ଚାପି ନିଜେ ଯାଉ ଜଳି
ଦିନକ ପାଇଁ ଫୁଟି ଝଡିଯାଉ ଶେଫାଳି ।।
ଵଞ୍ଚିଵା ତୋ' ପାଇଁ ଏଠି ଭାରି ମହଙ୍ଗା
ନଈପାରି ହଵାକୁ ନାହିଁଲୋ ଡ଼ଙ୍ଗା
ପାଣିରେ ମଗର ଉପରେ ଜଗିଛି ଅଜଗର
କାହାଠୁ ଵଞ୍ଚେଇବୁ ଜୀବନ ତୋହର
ଵିଧାତା ତତେ' ସଜେଇଛି ପଡ଼ିବାକୁ ଵଳି
ଦିନକ ପାଇଁ ଫୁଟି ଝଡିଯାଉ ଶେଫାଳି ।।।
