ମୁଁ ସବୁବେଳେ ହସୁଛି......
ମୁଁ ସବୁବେଳେ ହସୁଛି......
ପରିବାର ମୋ ପାଇଁ କେବେ ବୋଝ ନୁହେଁ
ବରଂ ମୁଁ ସେମାନଙ୍କ ପାଇଁ ବଞ୍ଚେ
ଜୀବନରେ ଅନେକ ସୁଖଦୁଃଖ ଆସିଛି
ହେଲେ କେବେ ଏକା ମନେ କରିନି
ଜୀବନରେ ଯାହା ଅଛି
ସେଥିରେ ମୁଁ ବହୁତ୍ ଖୁସି
ସତରେ କ'ଣ.........
ଘରର ବଡପୁଅ ହେବା ଏତେ ସହଜ ?
ମୋର ଅନେକ ସ୍ବପ୍ନ
ହେଲେ ପରିବାରକୁ ନେଇ ସ୍ବପ୍ନ ଦେଖୁଛି
ସ୍ବପ୍ନ ଭାଙ୍ଗି ଯିବାପରେ ମଧ୍ୟ
ସମସ୍ତଙ୍କ ପାଇଁ ସବୁବେଳେ ହସୁଛି
ଅନ୍ୟଠାରୁ ଅନେକ କଥା ଶୁଣିଛି
ସବୁକିଛି ଅଣଦେଖା କରିଛି
ସତ କୁହ , ସତରେ କ'ଣ......
ଘରର ବଡପୁଅ ହେବା ଏତେ ସହଜ ?
ସଭିଙ୍କ ରାଗରୁଷା ସହିବାକୁ ପଡେ
ମନରେ ଅନେକ ପ୍ରଶ୍ନର ଜୁଆର
ହେଲେ ଉତ୍ତର କେବେ ପାଇନି
ହଁ ମୁଁ ମୋ ପରିବାର ପାଇଁ ବଞ୍ଚିଛି
ଅନ୍ୟ ଆଗରେ କେବେ ହାରିନି
ଅଧର୍ମର ମଧ୍ୟ କେବେ ସାଥି ହୋଇନି
ତଥାପି ଅନେକ ପ୍ରଶ୍ନ ମୋ ମନରେ
ତୁମେ କୁହ ତ, ସତରେ କ'ଣ
ଘରର ବଡପୁଅ ହେବା ଏତେ ସହଜ ?
ସବୁ ପରିସ୍ଥିତିକୁ ସାମ୍ନା କରିପାରେ
ହସି ହସି ସବୁ ସହିଯାଏ
ଲୁଚି ଲୁଚି ବହୁତ କାନ୍ଦିଛି
ଆଖିର ଲୁହ ପୁଣି ଆଖିରେ ମରିଯାଏ
ପୁଣି ଭାବନାରେ ହଜିଯାଏ
ମୋ ପରିବାର ପାଇଁ କ'ଣ କରିଛି
ଏମିତି ହିଁ ନାନା ଦ୍ଵନ୍ଦରେ ମୁଁ ବଞ୍ଚିଛି
ଏବେ କୁହ, ସତରେ କ'ଣ......
ଘରର ବଡପୁଅ ହେବା ଏତେ ସହଜ ?
✍️_ Ritu.....
