STORYMIRROR

Manasmita Das

Abstract Children Stories Children

3  

Manasmita Das

Abstract Children Stories Children

ମୁଁ ସୈନିକ ହେବି

ମୁଁ ସୈନିକ ହେବି

1 min
205


ସ୍ବାଧୀନ ଭାରତର ମୁଁ

             ଜଣେ ନାଗରିକ ହେଲି ।। ୧।।

ସ୍କୁଲ ପଢାବେଳରୁ ମୁଁ

             ସୈନିକ ହେବି ଭାବିଲି ।। ୨।। 


ସ୍କୁଲର ଏନସିସି ସାରି ମୁଁ

         କଲେଜରେ ଏନସିସିରେ ଭାଗନେଲି ।। ୩।। 

ଦେଶସେବା କରିବିବୋଲି ମୁଁ

          ସଦାସର୍ବଦା ସ୍ବପ୍ନ ଦେଖିଲି ।। ୪।। 

ସେ ସ୍ବପ୍ନ ପୂର୍ଣ୍ଣ କରିବା ପାଇଁ ମୁଁ

          ସଦାଚେଷ୍ଟା ଚାଲୁକରି ଦେଲି ।। ୫।। 

ଆଜି ଅଗଷ୍ଟପନ୍ଦରରେ ମୁଁ

           ମୋ ବରଦି ପିନ୍ଧି ବାହାରିଲି ।। ୬।। 


କଲେଜରେ ଯାଇ ପହଞ୍ଚିଗଲି ମୁଁ

          ଜନଗଣମନ ସଂଗୀତ ଗାନ କଲି ।। ୭।। 

ସ୍ବାଧୀନତା ଦିବସ ବିଷୟରେ ମୁଁ

          ସମ୍ମିଳନୀରୁ କିଛି ଶିକ୍ଷା ଲାଭକଲି ।। ୮।। ଦେଶସେବା ସର୍ବଦା କରିବାକୁ ମୁଁ

            ପିଲାଦିନୁ ପ୍ରତିଜ୍ଞା କରିଥିଲି ।। ୯।। 

ଆସୁ ପଛକେ ଯେତେ ବାଧାବିଘ୍ନ ମୁଁ

          ସବୁ ସହିକି ଆଗକୁ ଚାଲୁଥିଲି ।। ୧୦।। 


ଦେଶ ଜାତିପାଇଁ ସଦାସର୍ବଦା ମୁଁ

        ସଜାଗ ହୋଇ ସେବା କରିଚାଲିବି ।। ୧୧।। 

ମୋ ଦେଶ ଜାତି ମାଟି ମା ପାଇଁ ମୁଁ

         ସଭିଙ୍କୁ ସଦା ସମ୍ନାନ କରିଚାଲିବି  

ଏ ଦେଶର ଜଣେ ସୁ ନାଗରିକ ମୁଁ

       ଦେବି ଦେଶ ଲାଗି ମୋ ଜୀବନ ଦେବି ।। ୧୨।। 

   ଜୟହିନ୍ଦ୍ , ଭାରତମାତାକି ଜୟ


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract