STORYMIRROR

Prafulla Chandra Mishra

Classics Fantasy

3  

Prafulla Chandra Mishra

Classics Fantasy

ମଉନ ରାଗର ଗୀତ

ମଉନ ରାଗର ଗୀତ

1 min
148


ରାଗ,ରୁଷା ରେ ମୋ ମଉନାବତୀ, ମଉନ ହୋଇ ରୁହେ

ରୂପେଲି ରଙ୍ଗର ମୁହଁ ଟି ତାର, ଗୋଲାପି ହେଇଯାଏ

ଆଖିରୁ ଝରଇ ମୁକୁତା ବିନ୍ଦୁ ତା,ର ମଉନ ରାଗ ଇଏ

ସେବେଳେ ଦିଶଇ ବଡ ସୁନ୍ଦର, ମଉନ ରାଗ ରଙ୍ଗେ ସିଏ

ରାଗ ରୁଷା ରେ ମୋ ମଉନାବତୀ ମଉନ ହୋଇ ରୁହେ ।।


ମଉନ ରାଗ ରଙ୍ଗରେ ଫୁଟଇ, ପଦ୍ମ ଫୁଲ ସରେ

ଆହାକି ତୋରା ସେ ରଙ୍ଗରେ ଭରା, ମନ ଆନନ୍ଦେ ଭରେ

ହୃଦୟ କୁ କରେ ପବିତ୍ର ମୟ, ଯେବେ ସୂରୁଯ କର ଛୁଏଁ

ମନୋରମ ଦୃଶ୍ୟ ପ୍ରକୃତି ଚିତ୍ର ସତେ ମଉନ ରାଗେ ଇଏ

ରାଗ ରୁଷା ରେ ମୋ ମଉନାବତୀ ମଉନ ହୋଇ ରୁହେ ।।


ସଞ୍ଜ ହେଲେ ଉଦେ କୁମୁଦବନ୍ଧୁ ସଞ୍ଜୁଆ ଆକାଶରେ

ମଉନ ରାଗ ରଙ୍ଗରେ କୁମୁଦ, ଫୁଟଇ ହରସରେ

ୟେ ପବିତ୍ର ପ୍ରେମ ମଉନ ରାଗ ସତେ ଉକୁଟି ଉଠୁ ଥାଏ

ଏବେଳେ କବି ଯେ ଆଙ୍କଇ ଛବି, ତାରେ ଏମିତି ରଙ୍ଗ ଦିଏ

ରାଗ ରୁଷା ରେ ମୋ ମଉନାବତୀ ମଉନ ହୋଇ ରୁହେ ।।


ଏ ଏକ ଅନ୍ୟ ମଉନ ରାଗ ୟେ, ରଙ୍ଗର ଉପମା ନାହିଁ ରେ

ଅନୁଭବ କରେ ଅନୁଭବି ଯେ ଦେଖିପାରେ‌ ଦିବ୍ୟ ଦୃଷ୍ଟିରେ

ରାଗ ରୁଷା ରେ ମୋ ମଉନାବତୀ ମଉନ ହୋଇ ରହେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics