ମୁଁ ପ୍ରେମର ଭିକାରୀ
ମୁଁ ପ୍ରେମର ଭିକାରୀ
ପ୍ରେମ ଭିକାରି ମୁଁ '
ତୁମେ ପ୍ରେମର ଦାନୀ,
ପ୍ରେମ ଦାନ ଦିଅ
ନ' ହୋଇ ଅଭିମାନୀ l(0)
ସରିତ ଧାବିତ
ଯେପରି ସିନ୍ଧୁ ମୁଖେ,
ଚାନ୍ଦ ବିନା କଇଁ
ରହିଥାଏ ଯେ ଦୁଃଖେ l
ସୂର୍ଯ୍ୟ ସବୁବେଳେ
ସୂର୍ଯ୍ୟମୂଖୀ ହିଁ ଦେଖେ l
ମୁଁ ତୁମର ରାଜା
ତୁମେ ମୋର ଯେ ରାଣୀ l
ପ୍ରେମ...............| (1)
କୋଇଲିର ଖୁସି
ଆସିଲେ ମଧୁକାଳ,
ମୟୂର ନାଚଇ
ଦେଖି ଯେ ମେଘମାଳ l
ଚାତକ ରୁହଇ
ଚାହିଁ ବରଷା ଜଳ l
ତୁମେ ମୋ' ପ୍ରାଣର
ପ୍ରୀତି ସୁହାଗିନୀ l
ପ୍ରେମ.............. l (2)