STORYMIRROR

Gouri Panda

Classics

4  

Gouri Panda

Classics

ମୁଁ ପଖାଳ କହୁଛି

ମୁଁ ପଖାଳ କହୁଛି

1 min
439


ସତ କୁହ କିଏ ଆଜି 

ଖାଇଛ ପଖାଳ? 

ପଖାଳର ଆଜି କାଲି 

ନାହିଁ ଦିନ କାଳ। 

ଫାଷ୍ଟ ଫୁଡ, ବରଗର

ଗୁପଚୁପ, ପିଜା।

ଚିକେନ ସାଥେ ମଟନ୍

ହେଉଅଛି ଖୋଜା। 

ବିରିଆନି, ଏଗ୍ ରୋଲ୍

ପାଅଭାଜି, ଅଣ୍ଡା।

ମେଗି ସାଥେ ଚାଅମିନ 

କେତେ ଭିନ୍ନ ଥଣ୍ଡା। 

ପନିର ମସାଲା ଆଉ

ମସରୁମ ମାଡ। 

ଖାଇବାକୁ ଆଜି କାଲି 

ସବୁଠାରେ ଭିଡ। 

ପଖାଳ, ତୋରାଣି ଆଉ

କାହା ଘରେ ଅଛି? 

ପଲଉ ନ଼ହେଲେ ଘରେ 

ଆଉ କି ଚଳୁଛି? 

ମାଛ, ମାଉଁସ, ଓ ଅଣ୍ଡା 

ବଡ ଘର ଖାନା। 

ପଖାଳ ତୋରାଣି ଏବେ 

କା, ଘରେ ହୁଏନା। 

ଏହି ସବୁ ଖାଦ୍ୟ ଖାଇ

ସବୁ ବାଟବଣା। 

ପଖାଳର ମଜା ଏଠି 

ପଡେ ନାହିଁ ଜଣା। 

ପଖାଳରେ ଅଛି ଯେଉଁ 

ପରମ ତୃପତି।

ଖାଇଲେ ଜାଣିବ ସିନା

ହେ ମାନବ ଜାତି। 

ଦେହ ପାଇଁ ହିତକର 

ପଖାଳ ତୋରାଣି। 

ଖରା ଦିନେ ଅଂଶୁଘାତ 

ହୁଏ ନାହିଁ ଜାଣି। 

ପଖାଳ ଆମର ପରା

ଅଟେ ପରାମ୍ପରା।

ପଖାଳକୁ ଆପଣେଇ

ଚାଲୁ ନୂଆ ଧାରା। 

ଓଡ଼ିଆ ର ଅଭିମାନ 

ପଖାଳ କଂସାରେ। 

ସନମାନ ପାଇବ ସେ

ଦିନେ ଯେ ବିଶ୍ବରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics