STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ମୁଁ ଓ ମୋର ଅନାବନା ସ୍ୱପ୍ନ -ରୀତା

ମୁଁ ଓ ମୋର ଅନାବନା ସ୍ୱପ୍ନ -ରୀତା

1 min
405

ମୁଁ ଯେବେ ଛୋଟ ଥିଲି

ମୋ ମନରେ ଅନେକ ଅନାବନା ସ୍ୱପ୍ନ ଥିଲା

ଅନେକ ସ୍ୱପ୍ନ ପୁରା ତ ହେଇଛି

କିଛି ସ୍ୱପ୍ନ ବାସ୍ତବତା ମାଟି ପାଇ ପାରିନି

ବିଏ ପରେ ୟୁନିଭର୍ସିଟରେ ତୃତୀୟ ସ୍ଥାନ

ଯେବେ ମତେ ମିଳିଥିଲା

ସେବେ ବି ମତେ ଆକାଶର ଚାନ୍ଦ ଧରିବା ପରି ଲାଗୁଥିଲା

ମୁଁ ଯେବେ ନେଟ ସାଟିଫିକେଟ ହାତ ରେ ଧରିଲି

ମନ ମୋର ବାଦଲ ରେ ଭାସୁଥିଲl

ତୁମ ଗଳlରେ ହାର ପିନ୍ଦେଇ

ମୋ ସ୍ୱପ୍ନ ରାଜକୁମାର ପାଇଗଲି

ତୁମେ ମୋ ସ୍ୱପ୍ନ କୁ ଡେଣା ଦେଲ

ତୁଳସୀ ମୁଣ୍ଡl ଙ୍କ ହାତ ରୁ ପ୍ରଥମ ପୁରସ୍କାର

କି ସବୁଠାରୁ ସୁନ୍ଦର କଳିଙ୍ଗ ଭାରତୀ ସମ୍ମାନ

ସବୁ ସ୍ୱପ୍ନ ପରି ଲାଗେ।

ଜଗନ୍ନାଥଙ୍କ ପାଖରେ ମୋର ଏତିକି କାମନା

ସମସ୍ତଙ୍କ ସ୍ୱପ୍ନ ପୂରଣ କର।

ମୁଁ ସମସ୍ତଙ୍କ ପ୍ରେରଣା ହେବାକୁ ଚାହେଁ

ସଭିଙ୍କ ମୁହଁରେ ହସ ଫୁଟିଲେ

ମୋ ଆତ୍ମା ବି ଖୁସି

ଏତିକି ଅଳୀ ତୁମ ପାଖରେ

ସମସ୍ତ ଙ୍କୁ ସୁଖୀ କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational