STORYMIRROR

pranati Mahapatra

Abstract

2  

pranati Mahapatra

Abstract

ମୁଁ ଓ ମୋ ଭିତରେ ମୋ ଦୁନିଆଁ

ମୁଁ ଓ ମୋ ଭିତରେ ମୋ ଦୁନିଆଁ

1 min
110

ଆଜି ମୁଁ ଓ ମୋ ଭିତରେ 

ମୋ ଦୁନିଆଁକୁ ଦରାଣ୍ଡି ଚାଲିଛି,

ଉଣ୍ଡି ଉଣ୍ଡି ହତାଶ ସତ,

ପ୍ରଚେଷ୍ଟା ଜାରି ରହିଛି

କେହି କେହି କହୁଛନ୍ତି

ଦୂର ଦିଗବଳୟ ଆର ପଟେ

ମୋର ଶୈଶବ ଆଉ ବାର୍ଦ୍ଧକ୍ୟ

ଗପସପ ହେଉଛନ୍ତି।

 କୈଶୋର ତ କେବେ ଠାରୁ ନିରୁଦ୍ଦିଷ୍ଟ

ଝରକା ସେପଟେ ଯୌବନର ଅଟ୍ଟହାସ୍ୟ

ମୁଁ ଆଜି ଦୋଦୁଲ୍ୟମାନ ଅବସ୍ଥାରେ

କ୍ଷତ ନ ଥାଇ ସାରା ଶରୀରରେ ପୀଡା,

ପାଇଛି ଯେତିକି,

ହରାଇବି ହାରି ନାହିଁ,

ତଥାପି ତତୋଧିକ

ଦେଇଛି ଯାହାବି ,

ଛଳନା ଭିତରେ ବୁଡି ଯାଉଛି ଆଜି

ପାଇବାର ଲାଳସା ନାହିଁ

ତଥାପି ମୁଁ ମଣିଷ ଟେ ତ

ମୋ ଭଳି ସତେଜ ମୁହଁରେ

ଚାହିଁ ରହିଛି ମୋର

ଏ ଲାଲ୍ ଗୋଲାପ କେବଳ ତୋ ପାଇଁ

ସେଥିପାଇଁ

ମୁଁ ଓ ମୋ ଭିତରେ

ମୋ ଦୁନିଆଁକୁ ଦରାଣ୍ଡି ଚାଲିଛି


Rate this content
Log in

Similar oriya poem from Abstract