STORYMIRROR

Gangotri Priyadarshini

Abstract Inspirational

3  

Gangotri Priyadarshini

Abstract Inspirational

ମୁଁ ନାରୀ ବୋଲି

ମୁଁ ନାରୀ ବୋଲି

1 min
222


ମୁଁ ନାରୀ ବୋଲି

ମୋତେ ଅବଳା ଦୂର୍ବଳା

ଭାବିବାର ଭୁଲ୍ କରିବନି......


ମୁଁ ଝିଅ ରୂପେ ପରିବାର ସମ୍ମାନ ରକ୍ଷା କରିପାରେ

ମୁଁ ଭଉଣୀ ରୂପେ ଘର ଭର୍ତ୍ତି ଖୁସି ଆଣି ପାରେ

ମୁଁ ପ୍ରେମିକା ରୂପେ ପ୍ରେମ ରେ ମତୁଆଲା କରିପାରେ

ମୁଁ ବୋହୁ ରୂପେ ପରିବାର ର ସୌଭାଗ୍ୟ ସାଜି ପାରେ

ମୁଁ ପତ୍ନୀ ହେଇ ଅର୍ଦ୍ଧାଙ୍ଗ ର ଦାୟିତ୍ଵ ସମ୍ଭାଳି ପାରେ

ମୁଁ ମାଆ ରୂପେ ନୂଆ ସୃଷ୍ଟିର ସମ୍ଭାର କରିପାରେ

ମୁଁ ସଖୀ ରୂପେ ସମସ୍ୟା ର ଅନ୍ତ କରିପାରେ ......


ଯେବେ ନାରୀ ସ୍ନେହ ସମ୍ମାନ ର

ସୁରକ୍ଷା ପାଇଁ ତୁମେ ଅଯୋଗ୍ୟ....

ନାରୀର ବିଶ୍ୱାସ ଭାଙ୍ଗିବାରେ ତୁମେ ସିଦ୍ଧହସ୍ତ

କିଛି ବି ସହି ପାରିବାର ଶକ୍ତି କୁ 

ତୁମେ ଭବିତବ୍ୟ ବୋଲି ଧରି ନେଇଛ .......


ନାରୀ ସରସ୍ଵତୀ ରୂପେ ଶିକ୍ଷ୍ୟା ବି ଦେବ

ଦୁର୍ଗା ରୂପେ ଶାସ୍ତି ବି ଦେବ

କାଳୀ ରୂପେ ସଂହାର କରିବାକୁ ପଶ୍ଚାତପଦ ହେବନି ....


ନାରୀ ସୃଷ୍ଟି ର ଯହିଁ ମହତ୍ୱ ନାହିଁ

ମଣିଷ ସଭ୍ୟତା ରହିବ କାହିଁ.....

ନାରୀ ପାଇଁ ବୁଝିବା ଶକ୍ତି ସୃଷ୍ଟି ହେଉ

ଗୁଣ ପରଖିବା ସମୟ ଆଉ ନାହିଁ

ନାରୀ ପୁରୁଷ ଉଭୟେ ପରିବର୍ତ୍ତନ ରେ ସମଭାଗୀ ହୁଅନ୍ତୁ

ଉଭୟ ସମ୍ପର୍କ ମର୍ଯ୍ୟାଦା ସମ୍ପନ୍ନ ହେଉ

ସମାଜରେ ଉଚ୍ଚକୋଟୀର ସାଂସାରିକ ନିଦର୍ଶନ ସୃଷ୍ଟି ହେଉ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract