STORYMIRROR

Meenakshee Dash

Inspirational

2  

Meenakshee Dash

Inspirational

ମୁଁ ଲେଖକ କି ନୁହେଁ ଜାଣେନା

ମୁଁ ଲେଖକ କି ନୁହେଁ ଜାଣେନା

1 min
13.3K


କିନ୍ତୁ ମୋ ମନର କଥା ସବୁ

ତୋ ପାଇଁ ଯେ ଶବ୍ଦର ସୂତାରେ ଗୁନ୍ଥି ହୋଇପଡନ୍ତି

ତୁ କେମିତି ଜାଣି ପାରୁନା .


ବେଳେ ବେଳେ ଲାଗେ ତୁ ଗୋଟେ ମରୀଚିକା

ଯାହା କେବଳ ଜଳ ବିନ୍ଦୁର ଆଭାସ କରାଏସିନା

କିନ୍ତୁ ତୃଷାର୍ଥର ଶୋଷ ମିଣ୍ଟେଇ ପାରେନା


ତୁ କଣ ସେ ଗୋଟେ କ୍ୟାନଭାସର ଚରିତ୍ର

ଯାହାର ଆକୃତିକୁ ବୁଝିବାକୁ ମୁଁ ସକ୍ଷମ ହେଇପାରେନା


ତୁ କଣ ସେ ବାଦଲରେ ଲୁଚି ଯାଇଥିବା ଜହ୍ନ

ଯାହାର ଶୀତଳ ଆଲୋକ ଝାପ୍ସା ଦିଶେ

ଠିକ ଛାଇ ପରି କିନ୍ତୁ ସେ କେବେ ଦିଶେନା


ବେଳେ ବେଳେ ଭାବେ ତୁ ସେ ଚଞ୍ଚଳା ନଈ

ଯେ ବହି ଚାଲିଯାଏ କିଛି ଥଳ କୁଳ ମାନେନା

ତୁ କଣ ସତରେ ବୁଝୁନା ମୋ ପ୍ରେମର ଶବ୍ଦ


ନା ତୁ ଗୋଟେ ସ୍ବର୍ଗୀୟ ପରି

ରମ୍ଭା ,ମେନକା ଯାହାକୁ ମୁ ସ୍ବପ୍ନରେ

ଦେଖି ଲେଖିଚାଲେ କବିତା


ଚକ୍ଷୁ ପଟଳ ଖୋଲିଗଲେ ଅଦୃଶ୍ୟ ତୁ ହେଇଯାଉ

ଯେମିତି ତୁ ମୋ ଅଭୁଲା ଅଲିଭା ଏକ କଳ୍ପନା .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational