STORYMIRROR

Sagar Kumar Parida

Abstract Others

4  

Sagar Kumar Parida

Abstract Others

ମୁଁ କୃଷକ

ମୁଁ କୃଷକ

1 min
354

ଚାଷ କାମ କରି ଦୁଃଖେ ଜଳି ପୋଡି

ସୁଖ ଦିଏ କୋଟି ମୁଖେ,

ଦୁର୍ଗତିର ଶଲ୍ୟ ବାଜୁଥାଏ ସଦା

ନିର୍ମମେ ମୋହର ବୁକେ ।।

ଟାଙ୍ଗରା ଭୂଇଁ ମୋ ସ୍ପର୍ଶ ମାତ୍ରକେ

ସବୁଜ ଫସଲେ ହସେ,

ମାନବ ଦେବତା ପଶୁ ପକ୍ଷୀଙ୍କର

ଅନ୍ନ ଚିନ୍ତାକୁ ମୁଁ ହ୍ରାସେ ।।

ନିଜ ସନ୍ତାନ ମୋ ଅର୍ଥ ଅଭାବରୁ

ଅଶିକ୍ଷିତ ହୋଇ ରହେ,

ଋଣ ଭାର କଥା ଚିନ୍ତା କରିଦେଲେ

ପ୍ରାଣ ମୋର ଛାଡି ଯାଏ।।

ଝାଟି ମାଟି ଘରେ ଗଢ଼ା ମୋ ଜୀବନ

ପଖାଳ ତୋରାଣୀ ପିଇ,

ବାଧକା ପିଲାକୁ ଔଷଧ ଦେବାକୁ

ଟଙ୍କା ଚିନ୍ତା ଘାରୁ ଥାଇ।।

ପ୍ରିୟ ସରକାର ଯୋଜନା କରନ୍ତି

ଦୁଃଖ ଘୁଞ୍ଚାଇବା ପାଇଁ,

ସେ ଯୋଜନା ସବୁ ବାଟ ବଣା ହୁଏ

ମୋ ଭାଗ୍ୟ ବଦଳେ ନାହିଁ ।।

ବନ୍ୟା ବାତ୍ୟା ପ୍ରାକୃତିକ ଦୁର୍ବିପାକ

ସବୁ ସୁଖ ନିଏ ତଡି,

ସୁନାର ଫସଲ ଚୂନା କରିଦିଏ

ଚିନ୍ତା ମୋର ଯାଏ ବଢି ।।

ବିଜ୍ଞାନ ଯୁଗରେ ଚାଷର ପଦ୍ଧତି

ସମୂର୍ଣ୍ଣ ବଦଳି ଗଲା,

ଜୈବିକ ସାରର ପ୍ରୟୋଗ କମିଲା

ରସାୟନ ବଢିଗଲା ।।

ଚାଷକୁ ବେଉସା କରି ଲୋକହସା

ବୁଡ଼ିଲି କରଜ ଭାରେ,

କରିବିନି ଚାଷ ତେଜି ମୋର ବାସ

ଯିବି ପଛେ ଦାଦନରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract