STORYMIRROR

Sunanda Mohanty

Inspirational Others

4  

Sunanda Mohanty

Inspirational Others

ମୁଁ କିଏ ?

ମୁଁ କିଏ ?

1 min
185


ମାଗି ଆଣିଲା ତିଅଣ 

ହାପୁଡ଼ାଏ 

ଛଳନାର କଥା 

ଥାପୁଡ଼ାଏ 

ମିଛ ବାହାନା 

ଘର ବୁଡ଼ାଏ 

ଏଗୁଡା ସବୁ ଛାଡି 

ରହିପାରୁନି କାହିଁ କିଏ 

କଳିଯୁଗ କହନ୍ତି 

କିଏ କିଏ ?

କରୋନା ଆସୁଛି ପୁଣି 

କହନ୍ତି ବୁଝନ୍ତି ସଭିଏଁ 

ପ୍ରକୃତି ନବ୍ୟ ମୁଚ୍ୟତେ 

ଦେଖା ଶୁଣା ଜଣା କଥାଟିଏ 

ମୁଁ ଆକୁ ଚାହେଁ ତାକୁ ଚାହେଁ 

ଚକାଆଖିରେ ଭରସା 

ଅନେକ ପାଏ 

ନିଜ ନାମ ଡିଣ୍ଡିମ ପିଟିବା ବଦଳେ 

ଚତୁର୍ଦ୍ଧା ନାମ ଜପୁଥାଏ 

ଅଜାମିଳ ତରିଗଲେ 

ବାଲ୍ମୀକି ରାମାୟଣ ରଚିଥିଲେ

ନିମିତ୍ତ ମାତ୍ର ମୁଁ ଟିଏ 

ହନ୍ତସନ୍ତ କାହିଁ 

କରୁଛି କରାଏ 

ବୁଝିବି ମଣିଷ ଅବୁଝା ହୁଏ 

ବୋଧହୁଏ ମାୟା 

ଛାଡ଼ିନି ଏଯାଏଁ 

ଆଜି ମଲେ କାଲିକି ଦୁଇଦିନ 

ଯିଏ କହେ 

ସେ ଗାନ୍ଧୀଙ୍କ ପରି 

ଅବା ଅବତାରୀଙ୍କ ନିର୍ଦ୍ଦେଶେ

କାହିଁକି ନଥାଏ ??

ଚତୁର୍ଦ୍ଧାଙ୍କ ବିନା ଆଶୀର୍ବାଦେ

ମୁଁ ନିଚ୍ଛକ ବିରହୀଣୀ ଟିଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational