ମୁଁ କିଏ ତମର ?
ମୁଁ କିଏ ତମର ?
ଜୀବନଠୁ ଅଧିକା
ନିଜର ଭାବିବାରେ ମୁଁ ହିଁ ମାହିର
ସେଥିପାଇଁ ହୃଦୟରେ
ଅନେକ ଝଡ଼ ଉଠେ
ବେଳେବେଳେ ଅଚାନକ
ଆଖିରୁ ବୋହି ଯାଏ
ଉତେଇ ନଈର ଝର ପରି ।
ହେଲେ, କଣ ବା କରିବି
ଆଜି ଏକାଏକା ଜୀବନ ଜିଇଁବାକୁ ପଡୁଛି
ଅତୀତର ଅଭୁଲା ସ୍ମୃତିକୁ ନିଜର କରି
ପାରୁନି, ଭୁଲି ତୁମକୁ
ଭୁଲେଇବାର ଇଚ୍ଛା ନାହିଁ
କାରଣ ତୁମେ ହିଁ ମୋ ଆରମ୍ଭ ଓ ଅନ୍ତ
ତୁମେ ମୋ ଶାଶ୍ୱତ ପ୍ରେମ ।