STORYMIRROR

SOUBHAGYABATI GIRI

Tragedy Inspirational

2  

SOUBHAGYABATI GIRI

Tragedy Inspirational

ମୁଁ କାଶ୍ମୀର ଝିଅ କହୁଛି

ମୁଁ କାଶ୍ମୀର ଝିଅ କହୁଛି

1 min
96

   

କରୋନା ଜ୍ୱାଳାରେ   ତୁମେ ଆତଙ୍କିତ

    ମୁଁ ନିଇତି ଆତଙ୍କ ଦେଖୁଛି,

ଦିନରାତି ଏଠି      ସବୁ ତ ସମାନ

     ନିଆଁ ଝୁଲ ଖାଲି ଖସୁଛି।

ତୁମେ ଘରେ ଲୁଚ     କିଛିଦିନ ପାଇଁ

    ମୁଁ ନିଇତି ତ ଘରେ ଲୁଚୁଛି,

ସୀମାନ୍ତ ଝିଅ ମୁଁ    ନୀରିହ ମଣିଷର

      ଆର୍ତ୍ତନାଦକୁ ଶୁଣୁଛି।

ସେଠି ଦୁର୍ମୁଲ୍ୟ ସବୁ   ମଣିଷ ଜୀବନ

    କେତେ ଟ୍ରିଟମେଣ୍ଟ୍ ଚାଲିଛି,

ଏଠି ଗ୍ରେନେଡ୍ ର     ଗର୍ଜନ ଆଗେ

   ଜୀବନ ମୂଲ୍ୟହୀନ ସାଜିଛି।

ସେଠି କରୋନାଯୋଦ୍ଧାଙ୍କୁ ସମ୍ମାନସାଥେ

   କେତେ ଯେ ପ୍ରଶଂସା ଚାଲିଛି,

ଏଠି ବିନା ପ୍ରଶଂସାରେ   ବୀର ଜୱାନ୍

     ରକ୍ତର ହୋଲି ଖେଳୁଛି।

ଗୁଳିଗୋଳା ତୋପ     କମାଣ ଏଠି

      ନିଇତି ପ୍ରଳୟ ରଚୁଛି,

ନୀରିହ ମଣିଷ        ରକ୍ତଜବା ର

      ରଙ୍ଗରେ ରଙ୍ଗି ଯାଉଛି।

ସବୁ ପ୍ରଳୟର       ଅନ୍ତକର ପ୍ରଭୁ

      ଏତିକି ପ୍ରାର୍ଥନା କରୁଛି,

ନିଜ ଟେକ ଆଜି     ରଖ ମହାବାହୁ

     ସାରା ଦୁନିଆଁଟା ଝୁରୁଛି।



Rate this content
Log in

Similar oriya poem from Tragedy