STORYMIRROR

Mamatamanjari Das

Abstract

2  

Mamatamanjari Das

Abstract

ମୁଁ ଜୋତା

ମୁଁ ଜୋତା

1 min
309

ଲୋକଙ୍କ ମତରେ

ଜୋତା ଯେତେ ଦାମୀ ହେଲେ ବି

ତାର ସ୍ଥାନ ପାଦ ତଳେ

ପାଦତଳେ ମୁଁ ଥାଏ ବୋଲି ତ

ମଣିଷର ମୁଣ୍ଡ ଛୁଏଁ ଗଗନ

ମୋ ଉପରେ ପାଦ ରଖି

ସେ ଚାଲେ ଦୁର୍ଗମ ଅରଣ୍ୟ


ମୁଁ ଜୋତା

ଦୁର୍ଭାଗ୍ୟ କି ସୌଭାଗ୍ୟ ମୋର

ନିଜେ ବି ଜାଣିନି

ମନରେ ମୋ ଗର୍ବ ଅହଙ୍କାର

କେବେବି ଛୁଇଁନି

ମଣିଷର ପାଦତଳେ କଟେ ମୋ ଜୀବନ

ଘରର ପ୍ରବେଶ ପଥେ

ମୋ ପାଇଁ ଆସ୍ଥାନ


କିନ୍ତୁ ବିଡମ୍ବନା

ମୋ ଛାତିରେ ପାଦରଖି

ଚାଲୁଥିବା ଏ ମଣିଷ ହୃଦୟେ

ନଥାଏ ମୋ ପାଇଁ କେବେ ସ୍ଥାନ

ମାନ ଅପମାନ ମୋ ପାଇଁ ସମାନ


ମୁଁ ଜୋତା

ମଣିଷର ପାଦତଳେ ରହିବା

ଏଇ ମୋ ଜୀବନ

ମୁଁ ବିଷାଦ ଅବଶୋଷ ର

ଏକ ଅଲୋଡା ଆଲବମ୍


ତଥାପି ଇଛା ମୋର

ମଣିଷର ମୁଣ୍ଡପାଇଁ ଟୋପି ନୁହେଁ

ନିରୀହ ପାଦ ହଳକ ପାଇଁ

ମୁଁ ଜୋତା ହୋଇ ରହେ ଚିରଦିନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract