STORYMIRROR

Reeta aparajeeta Mohanty

Abstract Others

3  

Reeta aparajeeta Mohanty

Abstract Others

ମୁଁ ଜାଣେନା

ମୁଁ ଜାଣେନା

1 min
12K

ସାଗର ପାଖରେ ଥିଲେ ବି

ମନ ଭିତରେ ଥିବା

ଅଶାନ୍ତ ଶୋଷ ମେଣ୍ଟି ପାରେନା

ଏମିତି କାହିଁକି ଘଟେ

ମୁଁ ନିଜେ ଜାଣେନା

ଛାତିରେ ଛାତିଏ କୋହ

ଆଖିରେ ମେଞ୍ଚା ମେଞ୍ଚା ଲୁହ

ତଥାପି ଲୁହ ସରେନି ନୟନରୁ।

ବିଷ ପିଇ ମୁଁ ମରିପାରିନି

ଅମୃତ ପିଇ ବି ଅମର ରହି ପାରେନି।

ସବୁ ସ୍ୱପ୍ନ ପୂର୍ଣ୍ଣ ହେଲା ପରେ ବି ମୋ ମନରେ ଅବଶୋଷ

ମୁଁ ଜାଣେନା ମୋ ଆତ୍ମାର ଅନ୍ତିମ ଲକ୍ଷ୍ୟ କଣ ,.....?

ଜଗନ୍ନାଥଙ୍କ ବାଇଶି ନା

କୃଷ୍ଣଙ୍କ ମୂରଲୀ ସ୍ୱର ତେ ମୋର

ତା ବି ତ ମୁଁ ଜାଣିନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract