STORYMIRROR

Kalandi pal

Inspirational

3  

Kalandi pal

Inspirational

ମୁଁ ହିଁ ରାବଣ

ମୁଁ ହିଁ ରାବଣ

1 min
118

ମୁହିଁ ରାବଣରେ ମୁହିଁ ରାବଣ

  ତ୍ରେତୟା ଯୁଗର ରାବଣ 

ମରିନାହିଁ କେବେ ମରି ମୁଁ ପାରେନା

   ଦାନଵ ବୀର ମୁଁ ରାବଣ !!


ଯାହା ପଦାଘାତେ ମେଦିନୀ ଥରିଲା

  ସ୍ୱର୍ଗ ହେଲା ଟଳମଳ 

ଯା ବଳ ଦର୍ପରେ ଦେବତା ଲୁଚିଲେ

  ଛାଡି ଦେଇ ବଂଶ କୂଳ 

ଗର୍ବ ଅହଂକାର ବଳ ଓ ବୀର୍ଯ୍ୟର

  ଯେ ଶ୍ରେଷ୍ଠ ଉଦାହରଣ 

ମୁଁହିଁ ରାବଣରେ ମୁହିଁ ରାବଣ !!


ଦ୍ୱାପରରେ କଂସ ହୋଇ କରେ ନାଶ

  ଗୋପର ପିଲା ବାଳୁତ 

ଯାହା ପ୍ରକୋପରେ ହାହାକାର ଭରେ

   ବ୍ରହ୍ମାଣ୍ଡ ଗଣେ ପ୍ରମାଦ 

ଯକ୍ଷ ରାକ୍ଷସ କି ଦେବଗଣ ମିଳି

  ପୂଜିଲେ ଯାର ଚରଣ 

ମୁହିଁ ରାବଣରେ ମୁହିଁ ରାବଣ !!


କଳି ଆରମ୍ଭିଲା ମୋତେ ତ ଡାକିଲା

  ଉଭା ହେଲି ଅଦୃଶ୍ୟରେ 

ଅନ୍ୟାୟ ଅନୀତି ହିଂସା କୂଟନୀତି

  ରୂପେ ମୁହିଁ ଗ୍ରାସ କରେ 

ଅନ୍ତରରେ ପ୍ରାଣ ଥାଉ ଭଗବାନ

  ବାନ୍ଧେ ମୁଁ ମୋର ବନ୍ଧନେ 

ମୁହିଁ ରାବଣରେ ମୁହିଁ ରାବଣ !!


ଭାଇ ହତ୍ୟା କରେ ଭାଇକୁ ଏଠାରେ

   ବଡ ଶତ୍ରୁ ପିତାମାତା 

ସ୍ତ୍ରୀ ହତ୍ୟା କରେ ସ୍ୱାମୀକୁ ଏଠାରେ

   ସ୍ୱାମୀ କରେ ସ୍ତ୍ରୀରୀ ହତ୍ୟା 

ମାଆ ଛାଡି ଯାଏ କଅଁଳା ଛୁଆକୁ

  ବଞ୍ଚାଇ ତାର ଜୀବନ 

ମୁହିଁ ରାବଣରେ ମୁହିଁ ରାବଣ !!


ଚୋରି ରାହାଜାନି ଗୁଣ୍ଡା ସଇତାନୀ

  ବେଇମାନି ରୂପେ ପରା 

ନାରୀ ଭ୍ରଷ୍ଟାଚାର ନାହିଁ ଶିଷ୍ଟାଚାର

   ଅହଂ ପଣେ ଗ୍ରାସେ ଧରା 

ବିଶ୍ୱାସରେ ବିଷ ଭରିଲେ ମଣିଷ

   ହା ହା କାରେ ଯାଏ ଦିନ 

ମୁହିଁ ରାବଣରେ ମୁହିଁ ରାବଣ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational