STORYMIRROR

Kamala Satpathy

Inspirational Thriller

3  

Kamala Satpathy

Inspirational Thriller

ମୁଁ ହିଁ ମୋ ପରିଚୟ

ମୁଁ ହିଁ ମୋ ପରିଚୟ

1 min
168

ମୁଁ ନାରୀ

ମତେ ନାରୀ ହୋଇ ରହିବାକୁ ଦିଅ

କରନାହିଁ ଦେବୀ ମତେ

କରନି ଦାନବୀ

ତମ ପରି ରକ୍ତ ମାଂସ ଧାରୀ

ମୁଁ ମଣିଷଟିଏ ମାତ୍ର !


ମୋ ଭିତରେ ଇଛା ଅଛି

ଅଛି ବି କାମନା 

ଉଚ୍ଚକୁ ଉଡିବା ଆଶାରେ

କେବେ କେବେ ମୁଁ ବି

ହୋଇଯାଏ କକ୍ଷ୍ୟଚ୍ୟୁତା

ଆଶା, ଆକାଂକ୍ଷା

ମାନ ଅଭିମାନ, ସବୁକିଛି

ଖୁବ ପ୍ରିୟ ମୋର

ମତେ ସେସବୁ ସହିତ ହି

ବଞ୍ଚିବାକୁ ଦିଅ

ମୁଁ ନାରୀ

ମତେ ନାରୀ ହୋଇ ରହିବାକୁ ଦିଅ !


ସର୍ବଂସହା ଧରିତ୍ରୀର ଖୋଳପା ଭିତରେ

କରି ଦିଅନାହଁ ବନ୍ଦୀ ମତେ

ସାହାସ ଆଉ ଧୈର୍ଯ୍ୟର ଶିକ୍ଷା ଦେଇ ଦେଇ

କାଠ କଣ୍ଢେଇରେ କରନାହିଁ ପରିଣତ

ମତେ ମୋ ହିସାବରେ

ଛାଡିଦିଅ ବଂଚିବାକୁ 

ନାରୀ ମୁଁ

ମତେ ନାରୀ ହୋଇ ରହିବାକୁ ଦିଅ !


ମୁଁ ନୁହେଁ ଅମକର ଝିଅ ଭଉଣୀ

ବୋହୂ ଅବା ପତ୍ନୀ ହି କେବଳ

ନୁହେଁ ବି ସମାଜର ଏକ ଦୁର୍ବଳ ଅଂଗ

ଲୋଡ଼ା ନାହିଁ କାହା ନାମର ଆଶ୍ରାବାଡ଼ି ମତେ

ନାରୀ ମୁଁ 

ବାସ, ଏତିକି ହି ଥାଉ 

ମୋର ଏକମାତ୍ର ପରିଚୟ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational