Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ମୁଁ ହେବି ପୂର୍ଣ୍ଣ ସ୍ୱାଧୀନ

ମୁଁ ହେବି ପୂର୍ଣ୍ଣ ସ୍ୱାଧୀନ

1 min
203



ମୁଁ ହେବି ତେବେ ପୂର୍ଣ୍ଣ ସ୍ୱାଧୀନ

ଏବେ ମୁଁ ଖାଲି ସ୍ୱାଧୀନ l

ଯେବେ ହୋଇବ ନୀତି ସମାନ

ସେବେ ହେବି ମୁଁ ସ୍ୱାଧୀନ ll

ମୁଁ ହେବି ପୂର୍ଣ୍ଣ ସ୍ୱାଧୀନ ll


ମିଳିବ ଯେବେ ନ୍ୟାୟ ସମାନ

ଅଧିକାର ହେବ ସମ l

ନିମ୍ନ ସ୍ତର ଠାରୁ ଉଚ୍ଚ ସ୍ତର ଯାଏ

ଶାସନ ହୋଇବ ସମ ll

ମୁଁ ହେବି ପୂର୍ଣ୍ଣ ସ୍ୱାଧୀନ ll



ଗାଁରୁ ସହର ନଥିବେ ବେକାର

କରୁଥିବେ ରୋଜଗାର l

ଦାଦନ ପାଇଁକି ନଯିବେ ବିଦେଶ

ଗ୍ରାମେ ହେବ ଶିଳ୍ପଗାର ll

ମୁଁ ହେବି ପୂର୍ଣ୍ଣ ସ୍ୱାଧୀନ ll



ପଲ୍ଲୀ ଠାରୁ ଦିଲ୍ଲୀ ଶିକ୍ଷାତ ସବୁଠି

ମିଳିବ ମାଗଣା ଶିକ୍ଷା l

ବ୍ୟବସାୟ ଶିକ୍ଷା ଦୂର ହେବ ଯେବେ

ସଭିଏଁ ପାଇବେ ଶିକ୍ଷା ll

ମୁଁ ହେବି ପୂର୍ଣ୍ଣ ସ୍ୱାଧୀନ ll



ସ୍ୱାସ୍ଥ୍ୟସେବା ଯେବେ ବିକାଶ ହୋଇବ

ମିଳିବ ସେବା ଉତ୍ତମ l

ଆଧୁନିକ ଯନ୍ତ୍ର ପାତି ଉପଲବ୍ଦ୍ଧ

ହେବ ପରୀକ୍ଷା ଉତ୍ତମ ll

ମୁଁ ହେବି ପୂର୍ଣ୍ଣ ସ୍ୱାଧୀନ ll


ନରହିବ ଜାତି ଧର୍ମ ଭାଷା ଭାବ

ଉଚ୍ଚ ନୀଚ ଚିନ୍ତାଧାରା l

ଗରବେ ସରବେ କହିବେ ଯେବେରେ

ଭାରତୀୟ ଆମେ ପରା ll

ମୁଁ ହେବି ପୂର୍ଣ୍ଣ ସ୍ୱାଧୀନ ll


Rate this content
Log in

Similar oriya poem from Inspirational