Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Romance

5.0  

Dr.Sashi Bhushan Mohapatra

Romance

ମୁଁ ଏକା ତୁମରି ନାୟିକା

ମୁଁ ଏକା ତୁମରି ନାୟିକା

1 min
317



ତୁମ ସାଥେ ସାଥି ହେଵାପାଇଁ

ମୁଁ କେବେ ମାଗି ନାହିଁ

ଆକାଶର ତାର ଫୁଲ

ଜ୍ୟୋତ୍ସ୍ନାର ମୂଲକ କି

ସ୍ୱର୍ଗର ନନ୍ଦନକାନନ ।

ତୁମେ କାହିଁ ଭୁଲିଗଲ ଜଣାନାହିଁ ,

ଜନ୍ମ ଜନ୍ମାନ୍ତର ପାଇଁ

ସାଥିଟିଏ ହେଵା ପାଇଁ

ଦେଖୁଛି ସତ ସତିକା ସ୍ୱପ୍ନ ।


ଆଶାର ଆକାଶରେ

ମୋର ଅଛି ଅତୁଟ ବିଶ୍ୱାସ ,

ନୀରସ ଜୀବନରେ

ଭରିଦେବି ଜୀବନ ପିୟୁଷ ,

ମନର ଦେବତା ମୋର

ହୃଦୟରେ ସ୍ଥାପନ ହୋଇଛ,

ଦେହର ଛାଇ ତୁମେ

ମୋ ଆଖିର ଲୁହ

ମୋ ହସର କଦମ୍ବ ।

ଭଲ ପାଏ ତୁମକୁ ବୋଲି

ତୁମଠି ସମର୍ପି ଦେଇଛି

ମୋ ମନର ସବୁ କୋହ ।


ତୁମେ ମୋର ସ୍ମୃତିରେ

ଫୁଲଫୁଟା ଫଗୁଣ ହୋଇ

ପ୍ରୀତିର ମହକ ବିଂଛୁଛ,

ପୂର୍ଣ୍ଣିମା ଜହ୍ନ ପରି

ମନ ଆକାଶରେ ଡେଉଁଛ ,

ପ୍ରେମର ଆଲୋକରେ

ସ୍ୱପ୍ନର ପସରା ମେଲୁଛ ।


ମୁଁ ଏବେ ପାଷାଣୀଟିଏ

ଅହଲ୍ୟାପରି ତୁମ ବାଟ ଚାହିଁଛି

ତୁମେ ପାଦ ରଖିଲେ

ମୋକ୍ଷ ମୁଁ ପାଇବି

ଅଭିମାନ କରୁନାହିଁ

ଚକୋରି ପରି ଲୁହ ଝାରୁଛି ।


ବସନ୍ତର ଫୁଲଭରା ଉପବନେ

ତୁମେ ମୋର ପ୍ରଜାପତି

ମନ ଆକାଶର ରୁପା ଜହ୍ନ,

ଜୀବନର ସବୁଜିମା ତୁମେ

ଏକା ପରିଚୟ ମୋ ଜୀବନର ।

ମୋର କିଛି ଯାଚନନା ନାହିଁ 

ମୋତେ ବଂଚିତ କର ନାହିଁ

ମୁଁ ଏକା ତୁମରି ନାୟିକା ।



Rate this content
Log in

Similar oriya poem from Romance