STORYMIRROR

Sasmita Choudhury

Classics

2  

Sasmita Choudhury

Classics

ମୁଁ ଏକ ଅଚିହ୍ନା ମଣିଷ

ମୁଁ ଏକ ଅଚିହ୍ନା ମଣିଷ

1 min
300

ଅପରିଚିତ ମୁଁ 

ଦୁନିଆ ଭିଡରେ 

ଆତ୍ମସ୍ଥ ଯେତେ 

ଯାତନା ରେ ଥାଏ ଡୁବି, 

ପଢି ପାରେ ଯଦି 

ମୋ ମନ ଭାଷା କେ

କହେ ମୋତେ "ଅନୁଭବୀ "


ସ୍ତୀମିତ ଦୀପାଳୀ 

ମୁଁ ଏକ ସଂଧ୍ୟାର 

ସ୍ବପ୍ନ ମୋ ପରାହତ,

ଦୁର୍ବାର ଯେତେ 

କାମନା ମୋ - 

ଊର୍ଦ୍ଧ୍ବ ବାୟୁ ଗର୍ଭେ ନିମଜ୍ଜିତ


ନିରୁଦ୍ଦିଷ୍ଟ ସତ୍ତା 

ଦୁନିଆ ମେଳାରେ 

ମୁଁ ଅନୁଚ୍ଚାରିତ ସ୍ବର, 

ଶବ୍ଦ ଟିଏ ମୁଁ 

କବି ଲେଖନୀର 

ଅନ୍ତରସ୍ଥ ଭାବଧାର


ଅନ୍ତରାତ୍ମା ମୋର 

ଚିର ପ୍ରଶ୍ନବାଚୀ 

ମୁଁ କିଏ? ମୁଁ କିଏ? 

ନିଜ ଭିତରେ ମୁଁ 

ଖୋଜୁଛି ନିଜକୁ 

ପ୍ରତି ଥର ପାଏ

ଗୋଟିଏ ଉତ୍ତର

"ଅଚିହ୍ନା ମଣିଷ ଟିଏ"। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics