STORYMIRROR

Krushna Chandra Dakua

Action Others

3  

Krushna Chandra Dakua

Action Others

ମୁଁ ଧର୍ମପଦ କହୁଛି

ମୁଁ ଧର୍ମପଦ କହୁଛି

1 min
11.7K

ବାରଶହ ବଢ଼େଇର ଜୀବନ ରକ୍ଷା ପାଇଁ,

ମୁଁ'ସମୁଦ୍ର ଗର୍ଭକୁ ଦେଇଥିବା ଲମ୍ଫ,

ଆଜି ଅସହାୟ l


ମୁଁ ମୁଁ'ତ୍ୱକୁ ପ୍ରଶ୍ନକରି ବୁଲେ,

ଆଜି ଯେମିତି ,

ସେ ଦିନର କୋଣାର୍କ ନିରୁଧିଷ୍ଟ l


ଆପଣାଛାଏଁ ନିଜ ଇଛା ମୁତାବକ, 

କୋଣାର୍କ ଚତୁଃପାର୍ଶ୍ୱରେ,

ଘରକରି ନେଇଥିବା,

ତରୁଣୀ ନୃତ୍ୟାଙ୍ଗନା ମାନେ,

କାହାର ଲୋଲୁପ ଦୃଷ୍ଟିରେ, 

ହଜିଯାଇଛନ୍ତି  l


ମନେହୁଏ ଯେମିତି,

ସେଇ ମସୃଣ ଶିଳାଖଣ୍ଡ ମଧ୍ୟରେ,

ଏମିତିରେ ତ କେତେବେଳେ, 

ଲୁହା ବାଡ଼ ଭିତରେ ମଧ୍ୟ ଲୁଚକାଳି, 

କିନ୍ତୁ ଆଜି ମୁଁ ପ୍ରଶ୍ନକରେ,

କେଉଁଠି ରହିଚି ସେହି 

ବାରଶହ ବଢ଼େଇ ହାତ ତିଆରି କୋଣାର୍କ ?

କେଉଁଠି ହଜି ଯାଇଛନ୍ତି 

ସେଇ ତରୁଣୀ ନୃତ୍ୟାଙ୍ଗନା ?


କେଉଁଠି ହଯିଚି ସେହି କୋଣାର୍କ ?

ଯିଏ ପ୍ରାତଃ ସମୟରେ, 

ସୂର୍ଯ୍ୟଙ୍କୁ ଆଲିଙ୍ଗନ କରି,

କିଛି ମୁହୂର୍ତ୍ତ ମଧ୍ୟରେ, 

ଗୋଟଏ ମନ୍ଦିର ବନିଜାଏ l


କେଉଁଠି ହଜିଛି, 

ସେହି ରଥାକୃତି ମନ୍ଦିରର ଚକା'ମାନ,

ଯିଏ ପ୍ରତି ମୁହୂର୍ତ୍ତରେ,

ସମୟ ସୂଚିତ କରେ ?

କିନ୍ତୁ ଆଜି ଏହିଭଳି ଅନେକ ପ୍ରଶ୍ନ ,

ଅସହାୟ ଓ ଦୟନୀୟ ଅବସ୍ଥାରେ,

ସେ ଦିନର କୋଣାର୍କ ପାଇବା ଆଜି,

ଅନେକ ପ୍ରଶ୍ନ ମାନଙ୍କ ଅଭେଦ୍ୟ ଗ୍ରନ୍ଥ ମଧ୍ୟରେ .....!!



Rate this content
Log in

Similar oriya poem from Action