STORYMIRROR

Nibedita Mishra

Inspirational

2  

Nibedita Mishra

Inspirational

ମୁଁ ବି ସକ୍ଷମ-୪

ମୁଁ ବି ସକ୍ଷମ-୪

1 min
13.7K


ଅଧମ ଅକ୍ଷମ ନୂହେଁ ମୁଁ ବି ସକ୍ଷମ
ଲଘିଂଯିବାକୁ ସଂସାର ଜୀବନ ପଥ,
ହଁ,ସାଥେ ଯଦି ତୁମେ ହାତ ମିଳେଇବ
ହେଇଯିବ ସେ ପଥ କୁସୁମିତ।
ଆଖିସିନା ନାହିଁ ବୋଲି ଦେଖିପାରେନି
ତନୁର କଳା ଗୋରା ରଙ୍ଗର ପ୍ରଭେଦ,
ତୁମ ସ୍ପର୍ଶ ଧ୍ବନି ପରା ବତାଇ ଦିଏମୋତେ
ତୁମ ହୃଦୟର ସେ ଆତ୍ମୀୟତା ଭାବ ।
ପାଟି ଫିଟେନି ବୁଣି ମୁଁ ପାରେନି
ଶବ୍ଦର କୌଣସି ସୂକ୍ଷ୍ମ ମାୟା ଜାଲ,
ଭାବ ଦେଖିପରା ଜାଣିଯାଏ ବନ୍ଧୁ
ତୁମ ସ୍ନେହ ମମତା ଯେ ଅମୁଲ ମୂଲ।
ଶୁଣିବାକୁ ଯେ ଶକ୍ତି ନାହିଁ ମୋର
ଈଶ୍ବର ସୃଷ୍ଟିର ଶବ୍ଦର ତରଙ୍ଗ,
ତୁମ ପ୍ରେମ ଭରା ହୃତସ୍ପନ୍ଦନ କିନ୍ତୁ
ଜନ୍ମାଏ ମୋ ହୃଦେ ମୋର ଆତ୍ମସମ୍ମାନ।
ଦିବ୍ଯାଙ୍ଗ ହୁଏ ପଛକେ ମୁହିଁ
ତିଳେମାତ୍ର ସେଥିରେ ଦୁଃଖ ନାହିଁ,
ତୁମେ(ବିଶ୍ବାସ) ଯଦି ମୋ ସାଥେ ଅଛ
ଆଶା ଦିବ୍ଯାଙ୍ଗଟିଏ ଅବହେଳା ହେବ ନାହିଁ।
ଶେଷରେ ଏତିକି ପ୍ରାର୍ଥନା କରେ ମୁଁ
ସେହି ପରମ ଈଶ୍ବରଙ୍କ ପାଖେ ଯାଇ,
ସଭିଏଁ ଏକାଠି ମିଶିକି ଆଗେଇଆସନ୍ତୁ
ମାନବିକତାକୁ ବଞ୍ଚାଇ ରଖିବା ପାଇଁ।
ନିବେଦିତା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational