STORYMIRROR

Judhisthir Majhi

Romance

3  

Judhisthir Majhi

Romance

ମୁଁ ବି ହସିବି ଲୋ ସେମିତି

ମୁଁ ବି ହସିବି ଲୋ ସେମିତି

1 min
462

ଯଦି ରାତି ସରିଗଲା ପରେ ଦିନ ଫେରି ଆସୁଛି

ଯଦି ପଙ୍କଜରେ ଫୁଲ ଫୁଟି ମନୋହର ଦିଶୁଛି


ଆକାଶରେ ପକ୍ଷୀ ଉଡି ଯେତେ ଖୁସି ହେଉଛି

ମୁଁ ବି ହସିବି ଲୋ ସେମିତି

ମୁଁ ବି ହସିବି ଲୋ ସେମିତି


ଭଲ ପାଉଥିଲି ତତେ ଦେଇଥିଲି ସିନ୍ଦୂର

କେମିତି ଆଉ କାହାକୁ କରି ନେଲୁ ନିଜର

ତୋ କୋଳରେ ଖେଳୁଥିଲା ମନୋହର ପୁଅଟେ

ଆଜିବି ଲୋ ସେ ଖୋଜୁଛି ମାଆ ମା' ଡାକେ


ଭୁଲିଯିବି ଅତୀତକୁ ଆଖି ଲୁହ ପୋଛିକି

ମୁଁ ବି ହସିବି ଲୋ ସେମିତି

ମୁଁ ବି ହସିବି ଲୋ ସେମିତି


ତତେ ଭଲ ପାଇବାର ଦେଲୁ ଏ କି ପାଉଣା

ହୃଦୟ ବି କାନ୍ଦୁଛି ଲୋ ଛାତି ତଳେ ଯନ୍ତ୍ରଣା

ଦିନ ଥିଲା ରହୁଥିଲୁ ସାଥି ଆମେ ପାଖରେ

ବଦଳିଲା ସେ ସମୟ ରହୁଛୁ ଲୋ ଦୂରରେ


ଏ ଜଗତେ ପୁଣି ଥରେ ନୂଆ ସ୍ୱପ୍ନ ଦେଖିବି

ମୁଁ ବି ହସିବି ଲୋ ସେମିତି

ମୁଁ ବି ହସିବି ଲୋ ସେମିତି


ଯଦି ଝିପିଝିପି ବର୍ଷା ପରେ ଇନ୍ଦ୍ରଧନୁ ଦିଶୁଛି

ଯଦି ଟୋପା ଟୋପା ଜଳ ବିନ୍ଦୁ ସିନ୍ଧୁ ଗଢି ପାରୁଛି


ଉଆଁସୀ ପୂନେଇ ଜହ୍ନ କାହିଁ ପାଇଁ ଖୋଜିବି

ମୁଁ ବି ହସିବି ଲୋ ସେମିତି

ମୁଁ ବି ହସିବି ଲୋ ସେମିତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance