ମୁଁ ଅନ୍ୟ ଗ୍ରହର ମଣିଷ,,,,,,,,,,
ମୁଁ ଅନ୍ୟ ଗ୍ରହର ମଣିଷ,,,,,,,,,,
ମୁଁ ଏକ ଅନ୍ୟ ଗ୍ରହର ମଣିଷ
ମୋ ହୃଦୟେ ସ୍ନେହ ପ୍ରେମ
ଭାତୃ ଭାବ ହୋଇ ରହିଛି
ଜୀବନ୍ତ
ରହିଛି ରହିବି ପରସ୍ପର ସହ
ହୋଇ ସମ୍ମିଲିତ
ଯେତେ ଦିନ ବଞ୍ଚି ରହିବି
ଏଇ ଗ୍ରହେ ଯେତେ ଦିନ
ମନ ମୋର ପାଉଥିବ ଶୀତଳ
ପରଶ
ସେହି ପରଶେ ହୋଇ ମତୁଆଲା
ଘୂରି ବୁଲିବି ତାରି ବକ୍ଷ
ମୁଁ ଯେ ତାରି ରେଣୁ କଣିକାର
ଏକ ଅଭିନଵ ସୃଷ୍ଟି
ଏକଥା ହୋଇ ରହିବ ଅଭୂଲା
ଆଙ୍କି ଦେବି ଛବି ତାର
ମୋରି ହୃଦୟେ
ଯେଉଁ ଦିନ ଯିବି ଛାଡି ଏଇ
ଗ୍ରହ ଛାଡି ଯିବି ମୋର
ଅଭୂଲା ସ୍ମୃତି ର
ପଦଚିହ୍ନ
କାଟି ଥିଲି ଯାହା ମୋ
ପିଲାଦିନ
