STORYMIRROR

Kulamani Sarangi

Action Inspirational Others

3  

Kulamani Sarangi

Action Inspirational Others

ମୁଁ ଅଭିନନ୍ଦନ

ମୁଁ ଅଭିନନ୍ଦନ

1 min
123


ମୁଁ ଅଭିନନ୍ଦନ , ମୁଁ ଅଟେ ଶାର୍ଦ୍ଦୁଳ

କି କରିବେ ମୋର ଏ ଭେଡିଆ ଦଳ?

ବଞ୍ଚିରହିଛି ମୁଁ ବଞ୍ଚିରହିବିରେ,

ହୃଦେ ତୁମ୍ଭ ଚିରକାଳ,

ବଂଚିଥିବାଯାଏ ରକ୍ଷା କରିବି ମୁଁ, 

ମୋ ଦେଶର ସୀମା ଅଞ୍ଚଳ ।


ଯୁଦ୍ଧ ନିଆଁକୁ ମୁଁ ଯେବେରେ ଡେଇଁଛି, 

ମୁଣ୍ଡରେ କଫନ୍ ବାନ୍ଧି ମୁଁ ଯାଇଛି,

ଏ ଛାର ପ୍ରାଣକୁ ନାହିଁ ମୋର ଡର,

ଧ୍ୱଂସ କରି ଶତ୍ରୁ ଶିବିର, 

ଫେରିବାକୁ ପଣ ନେଇ ଯାଉଁ ଆମ୍ଭେ

ମରଣକୁ ଡର କାହାର ?


ଶତ୍ରୁ ଗଡରେ ନିର୍ଭୟେ ପଶି,

ଫେରିଛୁଁ ଆତଙ୍କବାଦୀଙ୍କୁ ଧ୍ୱଂସି,

କି କରି ପାରିଲା ନିର୍ଲଜ ପଡୋଶୀ,

ଧୂଳି ଦେଇ ଚକ୍ଷୁରେ ତାର,

ସଗର୍ବେ ଫେରିଲୁ ବିଜୟର ବାନା,

ଫରଫର ଉଡେ ଅମ୍ବର।


ବାରମ୍ବାର ତାର ଗଡରେ ପଶିବୁ,

ଭେଡିଆ ମାନଙ୍କୁ ଗୋଡାଇ ଧ୍ୱଂସିବୁ,

କି କରିବ ଶତ୍ରୁ ଆମ୍ଭର କହରେ,

କି କରିବ ଶତ୍ରୂ କୁକ୍କୁର??

ଭାରତ ମାଆର ଖିର ଖାଇ ଆମେ,

ଦୁର୍ଦ୍ଦାନ୍ତ ଦୁର୍ଜୟ ଦୁର୍ବାର।


ହୃଦୟେ ଜଳୁଛି ପୁଲବାମା ନିଆଁ 

ଲିଭିନି ଏବେ ବି ଉରି ଧ୍ୱଂସ ଧୂଆଁ 

ଚାଳିଶି ଯବାନ ରକ୍ତଛିଟା ଦେହେ

ଦାଉ ଦାଉ ହୋଇ ଝଟକେ,

ଭୁଲିବା ସମ୍ଭବ ନୁହେଁ ସେ ଦୁଃସ୍ୱପ୍ନ

ପ୍ରତିଶୋଧ ନିଆଁ ଝଲକେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action