STORYMIRROR

Banabihari Mishra

Romance

2  

Banabihari Mishra

Romance

ମୁଁ ଆଉ ତୁ

ମୁଁ ଆଉ ତୁ

1 min
114

ମୋ ନିଜ ଆୟୁଷ ଦୀର୍ଘ ହେବ ବୋଲି

ତୋ ସୁନ୍ଥାରେ ବୋଳି ଦିଏ ସିନ୍ଦୂର

ସିନ୍ଦୂର ସୁନ୍ଥାରେ ତୋର ଝଟକିଲେ

ବଢିବ କାଳେ ମୋ ଆୟୁଷ ଗାର।


କେତେ ଓଷା ବ୍ରତ କରୁ ତୁ ମୋ ପାଇଁ

ମନାସୁଛୁ ସଦା ମଙ୍ଗଳ ମୋର

ତୋ ପାଇଁ କେବେ ବି ଗୋଟେ ହେଲେ ବ୍ରତ

କରେନାହିଁ କେଡ଼େ ମୁଁ ସ୍ବାର୍ଥପର।


ପରିଣତ ଏଇ ବୟସରେ ଆମେ 

ଦୁହେଁ ତ ବଞ୍ଚିବା ଦୁହିଁଙ୍କ ପାଇଁ

ତୁ ଯିବୁନି କେବେ ମୋତେ ଛାଡିଦେଇ

ମୁଁ ବି ତୋତେ କେବେ ଛାଡିବି ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance