STORYMIRROR

Sunanda Mohanty

Abstract Romance Thriller

3  

Sunanda Mohanty

Abstract Romance Thriller

ମୁଁ ଆଉ ମୋ ନୀରବତା

ମୁଁ ଆଉ ମୋ ନୀରବତା

1 min
143


ମୁଁ ଆଉ ମୋର ନୀରବତା

କଥା ହେଉ ସାଥେ ସାଥେ

କେହି ଅଙ୍ଗୁଳି ନିର୍ଦ୍ଦେଶ କରେନା

ବୁଝେନା ଶୁଣେନା ଆମ କଥା

ସମୟ ବି ବାଧକ ସାଜେନା

ମୁଁ ଆଉ ମୋ ନୀରବତା

ସାଥେ ସାଥେ ପ୍ରଗଲ୍ଭତା

ନୀରୁଦ୍ଦିଷ୍ଟ ହେବାକୁ ପଡେନା

ପଢ଼ିହୁଏ ହୃଦୟ ଓ ମନ କଥା

କାଚ ପରି ଭାଙ୍ଗିଯାଏନା ହୃଦୟ

ମନତଳେ ନଥାଏ ବ୍ୟଥା

ମୁଁ ଆଉ ମୋର ନୀରବତା

ଦୁହେଁ ଦୁହିଁଙ୍କ ସ୍ପର୍ଶରେ ବିଭୋରତା

ଏମିତିକି ନୀଳକଇଁ କହେନାହିଁ

ଜହ୍ନକୁ ଚାହିଁ ଆମେ ହେଉ କଥା

ଋତୁମାନେ ଚମକି ଯାଆନ୍ତି ନାହିଁ

ଯେଣୁ ଆମ ଭିତରେ ଗଭୀର

ବିଶ୍ୱାସନୀୟତା ଓ ହୃଦସ୍ପର୍ଶି କଥା

ମୁଁ ଆଉ ମୋ ନୀରବତା

ବୁଝିପାରୁ ପରସ୍ପରର ହୃଦୟବ୍ୟଥା

ଆପତ୍ତି ନଥାଏ କାହାର

ବରଂ ଆମ ଭିତରେ ନିର୍ଦ୍ଵନ୍ଦ ଶହନଶୀଳତା

ହୃଦୟ କାଚ ଭାଙ୍ଗିଯାଏନା ସହୃଦୟତା

ମୁଁ ଆଉ ମୋ ନୀରବତା

ଧୋକା ନୁହେଁ ପରସ୍ପର ଭିତରେ

ବିରଳ ପୁଣି ସାବଲୀଳ ପ୍ରତିଶ୍ରୁତିବଦ୍ଧତା

ମୁଁ ଆଉ ମୋ ନୀରବତା

ଅନ୍ତତଃ ଆମଭିତରେ ନାହିଁ ପ୍ରତାରଣା

ଦୁହେଁ ଦୁହିଁଙ୍କ ମାର୍ମିକ ଅନ୍ତଃ ଉଦାସୀନତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract