STORYMIRROR

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

ମୁକ୍ତିର ସପନ କଅଣ ଫଳବତୀ ହେବ

ମୁକ୍ତିର ସପନ କଅଣ ଫଳବତୀ ହେବ

1 min
386


ରାତ୍ରର ନିଃଶବ୍ଦ ପ୍ରହରେ

ମନ ମଧ୍ୟେ ବ୍ୟାକୁଳତାରେ


କେତେ ଚମକ ଖେଳେ ହୃଦୟରେ 

ପ୍ରତିଧ୍ୱନି ହୁଏ ମୋର ବିଶ୍ବାସରେ ,


ସମସ୍ତଙ୍କଠୁ ଅଲଗା ଭାବାବେଗରେ

ମୁକ୍ତିର ପ୍ରତୀକ୍ଷାର ପ୍ରତିଧ୍ବନି ଶୁଭେରେ


ମାତୃ ଜଠରୁ ଜୁଇ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତରେ 

ଲେଖା ହୁଏ ଘଟଣା ଜୀବନ ସ୍ରୋତରେ,


ସୁନା, ରୂପା, ଲୁହା, ମାଙ୍ଗାନିଜ ଖଣି ସବୁରେ 

ଭୂମି, ଆକାଶ, ଜଳ ରହିବ ଯଦି ପୁଂଜିପତି ପାଖରେ


ଉତ୍ପାଦନ ସାମଗ୍ରୀ ନାହିଁ ଶ୍ରମଜୀବି ହାତରେ

ଆତ୍ମ ନିର୍ଭରଶୀଳ କିପରି ହେବ ବିନା ରୋଜଗାରରେ


ବିକାଶର ଅର୍ଥ ନୁହେଁ ସ୍ୱଳ୍ପ ଧନବାନ ସୃଷ୍ଟି କରିବାରେ

ଜନସାଧାରଣ ଚଳନ୍ତି ଶୋଷଣ, ଅତ୍ୟାଚାର ଅଭାବରେ


ପ୍ରକୃତିର ଶକ୍ତି ହୁଏ ଅପଚୟ ଦୁର୍ଦ୍ଦଶା ଭୋଗେ ମଣିଷ

ନୀତି ନିୟମରେ ନଚଳିଲେ ଗଣତନ୍ତ୍ରର ହେବ ଶୋଷ


ଏଇ ବ୍ୟାକୁଳ ମନଟା କାହିଁକି ବା ବୁଝିବ

ମୁକ୍ତିର ସପନ ସତେ କଅଣ ଫଳବତୀ ହେବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational