STORYMIRROR

Jayashree Maharana

Tragedy

3  

Jayashree Maharana

Tragedy

ମୁକ୍ତିର ମୋହ

ମୁକ୍ତିର ମୋହ

1 min
195

କହିବାକୁ ଅଛି ଅନେକ କାହାଣୀ ହୃଦୟେ ରଖିଛି ଚାପି

ସମାଜଟା କହେ ଝିଅଟିଏ ତୁହି ଚଳୁଥାଆ ମାପିଚୁପି ।

ପୁରାଣରେ ନାରୀ ପୂଜିତା ବନ୍ଦିତା ଆଜି କିନ୍ତୁ ନିର୍ଯ୍ୟାତିତା

ମାତାପିତା ମନେ ଅନେକ ଆଶଙ୍କା ଘାରେ ସୁରକ୍ଷାର ଚିନ୍ତା ।


ଜନ୍ମ ଦେଇ ମାଆ ମୋତିଟେ ଭାବୁଛି ଦୁନିଆ କହୁଛି ତୁଚ୍ଛ

ବାପାଙ୍କ ଆଖିର ତାରା ସାଜେ ସିନା ଅଜ୍ଞାନ ଭାବନା ନୀଚ୍ଚ

ଉଡିବାକୁ ଅଛି ବିଶାଳ ଆକାଶ ଚାଲିବାକୁ ଧରାକୋଳ

କେମିତି କହିବି ମୋ ପାଇଁ କା ମନେ ଅଛି ବିଷ ହଳାହଳ ।


ଅନ୍ଧକାର ଚିରି ଆତଙ୍କ ହସୁଛି ଦିନର ଆଲୋକ ଛୁଇଁ

ବଳାତ୍କାର ଭୟ ପାଦକୁ ଟାଣୁଛି ଅବସାଦେ ଭଗ୍ନ ମୁହିଁ

ତଥାପି ସାହସ ଧୈର୍ଯ୍ୟକୁ ଆୟତ୍ତ କରିଛି ଗଢୁଛି ନିଜର ସ୍ୱପ୍ନ

ଜୀବନ ପଥରେ ଆଗେଇ ଚାଲିଛି ଡେଇଁ କେତେ ବାଧାବିଘ୍ନ ।


ଅନନ୍ୟା ଅନ୍ତରେ ଅକୁହା ଅନଳ ଅର୍ଦ୍ଧଦଗ୍ଧ ମନପ୍ରାଣ

ମୁକ୍ତିର ମୋହରେ ମଉଳିନି ଆଶା ଆସିବ ସେ ଶୁଭଦିନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy