STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ମୁକ୍ତି

ମୁକ୍ତି

1 min
11.9K

 ଆଉ ବାନ୍ଧି ରଖ ନାହିଁ  

ତୁମ ପ୍ରେମ କାରାଗାର ରେ

 ଝୁରି ବାକୁ ଅବଶିଷ୍ଟ ସମୟ

ଝରାଇ ଆଖିରୁ ଆଷାଢ଼ ଶ୍ରାବଣ..।


ସୁନା ପଞ୍ଜୁରୀ ଭିତରେ ଆବଦ୍ଧ

ମନପକ୍ଷୀ ଯନ୍ତ୍ରଣା ରେ ଛଟ ପଟ ହୁଏ

ଚାରିକାନ୍ଥ ର ସୀମା ସରହଦ ଡେଇଁ

 ଚିର ମୁକ୍ତି କୁ ଆବାହନ କରେ..।


ଖୋଲି ଦେଇ ସମସ୍ତ ଶୃଙ୍ଖଳ

ଡେଣା ଦୁଇ ମେଲି ଉଡିବାକୁ

 ଚାହେଁ ନୀଳ ଆକାଶ ରେ

ହୋଇ ଏକ ମୁକ୍ତ ବିହଙ୍ଗ...।


ଆଉ ଲୋଡ଼େ ନାହିଁ ବନ୍ଧନ 

ଭିଜା ଭିଜା ସ୍ଵପ୍ନ ର ବାଲିଘର

ପାହାନ୍ତି ସକାଳ ର ଅରୁଣ ଆଭା

ଲଭିବାକୁ ପରମ ସଂତୃପ୍ତି..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract