STORYMIRROR

Madhabi Patel

Inspirational

3  

Madhabi Patel

Inspirational

ମୁକ୍ତି

ମୁକ୍ତି

1 min
153

ଶରତ ଚନ୍ଦ୍ର ଦାଶଙ୍କ ମୁକ୍ତି କବିତାର ଛାୟାରେ ଲିଖିତ ଏ କବିତା।

ଆକାଶ ଥିଲେ କି ହେବ

ରଙ୍ଗ ନାହିଁ ତା ଦେହରେ।

ଜହ୍ନଥିଲେ ଜ୍ୟୋତ୍ସ୍ନା ନାହିଁ

ସ୍ମୃତି ନାହିଁ ସପନରେ।


ଯନ୍ତଣା ଭିତରୁ ମୁକ୍ତି

ଖୋଜି ମୁହିଁ ହାରିଯାଏ।

ବସନ୍ତ ଆସିଛି ହେଲେ

ବାସନା ମୋ ପାଇଁ ନୁହେଁ।


ବିଗତ ଦିନକୁ ଝୁରି

ଲାଭ କ୍ଷତି କଷୁଥାଏ।

ଲାଭ ତ ପାଏନି କିଛି

ଶୂନ୍ୟତା ଘେରରେ ଥାଏ।


ଅକ୍ଟୋପସ୍ ପଞ୍ଝା ଭିତରେ

ଶକ୍ତି ମୋ ଅବଶ ହୁଏ।

ସନ୍ତୁଳି ହୁଏ ଜୀବନ

ଫର୍ଦ ଫର୍ଦ ଜଳୁଥାଏ।


ଆକାଶ ଛୁଇଁବା ନିଶା

ଯୁଦ୍ଧ ମୋର ଚାଲିଥାଏ।

ନିର୍ଲଜ ଲାଗଇ ଯେବେ

ପ୍ରତି ଥର ହାରୁଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational