STORYMIRROR

Jayashree Maharana

Inspirational Others

3  

Jayashree Maharana

Inspirational Others

ମୁକ୍ତି ମୋର ସ୍ୱାଭିମାନ

ମୁକ୍ତି ମୋର ସ୍ୱାଭିମାନ

1 min
255

ନୁହେଁ ମୁହିଁ ହିନ୍ଦୁ ନୁହେଁ ମୁସଲିମ   ଜୈନ ବୌଦ୍ଧ ଖ୍ରୀଷ୍ଟିୟାନ

ମୁକ୍ତ ଭାରତର ସନ୍ତାନ ମୁହିଁ       ମୁକ୍ତି ମୋର ସ୍ୱାଭିମାନ ।

ଜାତିପ୍ରୀତି ମୋର ଅମୂଲ୍ୟ ସମ୍ପଦ  ଜାତୀୟତା ପରିଚୟ

ବିଶ୍ୱ ଦରବାରେ ଗରବ ବଖାଣେ   ଆମ ବୀରତ୍ବର ଜୟ ।


ଶୋଷଣ କଷଣ ଆଚ୍ଛନ୍ନ ଦୁର୍ଦ୍ଦିନ    ହୋଇଯାଇଅଛି ଶୂନ୍ୟ

କେମିତି ଭୁଲିବି ଏ ସୁବର୍ଣ୍ଣ ଦିନ    ସଂଗ୍ରାମୀଙ୍କ ମହାଦାନ ।

ସେହି ପୂର୍ବଜଙ୍କ ରକତ ବୋହୁଛି  ଶୀରା ପ୍ରଶିରାରେ ମୋର

ସେ ମାଟି ମମତା ମୋ ଦେହେ ପରାଣ ଜୀବନର ମୂଳାଧାର ।।


ତ୍ୟାଗ ବଳିଦାନ ସାହସର ଗାଥା  ଇତିହାସେ ଅମଳିନ

ଉତ୍ତରାଧିକାରୀ ସୂତ୍ରେ ପାଇଅଛି   ନୁହେଁ କି ମୋହର ପୁଣ୍ୟ

ସତ୍ୟ ଅହିଂସାର ମହାଜ୍ଞାନ ବଳେ    ପଥେ ନୀତି ଅଗ୍ରସର

ସାତ ସିନ୍ଧୁ ଡେଇଁ ଶତ୍ରୁ ଫେରିଅଛି    ଲଢ଼ିବାକୁ ନାହିଁ ଡର ।


ଜାତିଭେଦ ହିଂସା ,କପଟ ବିହୀନ ସ୍ୱଚ୍ଛ ହୃଦ ମନ ପ୍ରାଣ

ଉଲ୍ଲସିତ କଣ୍ଠେ ଗାଉଛି ଗାଇବି  ଜୟ ହିନ୍ଦ ମଧୁ ଗାନ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational