STORYMIRROR

Goutam Mohanty

Abstract

2  

Goutam Mohanty

Abstract

ମୁକ୍ତ ମନର ପକ୍ଷୀ

ମୁକ୍ତ ମନର ପକ୍ଷୀ

1 min
3.0K

ମୁକ୍ତ ମନଟିରେ ଡାକେ ତୋତେ ପ୍ରଭୁ 

ଉଡିବାକୁ ମୁକ୍ତାକାଶେ 

ପଞ୍ଚ ଇନ୍ଦ୍ରିୟରେ ପବିତ୍ରତା ସବୁ 

ଖଞ୍ଜିଦିଅ ସହବାସେ 


ଶରୀର ଦୀପରେ ପ୍ରାଣର ଦୀପାଳି 

ଆତ୍ମା ତେଜେ ଜଳୁଥାଉ 

ତୁମ ଚରଣରେ ଭକ୍ତି ଅର୍ଘ୍ୟ ଥାଳି 

ମନ ମୋର ବସ ହେଉ


ଆହେ ମୋର ସାଇଁ ଜଗତ ଗୋସାଇଁ 

ପ୍ରାର୍ଥନା କୁ ମୋର ଘେନ 

ବୋଳିଦିଅ ବାରେ ମନ ମନ୍ଦିରରେ 

ପ୍ରେମ ଫୁଲ ର ଚନ୍ଦନ 


ଉଡି ଉଡି ଯିବି ପ୍ରେମକୁ ବାଣ୍ଟିବି 

ହୃଦୟ ଜିତିବା ପାଇଁ 

ତବ କରୁଣାରେ ଏ ଧରା ଧାମରେ 

ବଞ୍ଚିବି ତୁମର ହୋଇ 


ସତ୍ୟ କି ଦ୍ୱାପରେ ତ୍ରେତୟା କଳିରେ 

ତୁମେ ହିଁ ତ ସବୁକିଛି 

ତୁମ ଆଶିଷରେ ଏହି ଜୀବନରେ 

ପ୍ରାଣ ପକ୍ଷୀ ବଞ୍ଚିଅଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract