STORYMIRROR

Pratima Panda

Abstract

3  

Pratima Panda

Abstract

ମୁକ୍ତ ବନ୍ଧନ

ମୁକ୍ତ ବନ୍ଧନ

1 min
11.8K

ଉଡିବାକୁ ଦିଅ ମତେ

ଏ ସୁନ୍ଦର ନୀଳ ଗଗନରେ

ବାନ୍ଧିଦିଅ ପାଦକୁ ମୋ

ନିୟମର ଶକ୍ତ ଲୁହା ଶିଙ୍କୁଳିରେ l


ରଖ ନାହିଁ ମତେ ଆଉ

ନିରନ୍ଧ୍ର ପଞ୍ଜୁରି ଭିତରେ

ଛାଡିଦିଅ ନାହିଁ ମତେ

  ମୃଦୁ ସମୀରରେ l


କାଟ ନାହିଁ ଡେଣା କୁ ମୋ

 ଅବିଶ୍ୱାସର ତୀକ୍ଷ୍ଣ କଟୁରୀରେ

କେବଳ ଛନ୍ଦି ଦିଅ ମତେ

ପ୍ରେମ ଆଉ ବିଶ୍ୱାସର

ଅନନ୍ତ ମୁକ୍ତ ବନ୍ଧନରେ  ॥


Rate this content
Log in

Similar oriya poem from Abstract