STORYMIRROR

Jyotiranjan Acharya

Abstract

3  

Jyotiranjan Acharya

Abstract

ମୁଖିଆଙ୍କ ମୁଖରୁ

ମୁଖିଆଙ୍କ ମୁଖରୁ

1 min
246


ତୁମେ ଯେଉଁଠି ବି ଥାଅ

ଯେତେବେଳେ ବି ଡାକ

ଯେଉଁଥିପାଇଁ ବି ହେଉ 

ସାହାଯ୍ୟ ଲାଗି ମୁଁ ସବୁବେଳେ 

ତୁମ ନିକଟରେ ଉପଲବ୍ଧ।

ମୋର ଆଖି ସବୁ ଦେଖୁଛି 

ସାଗରର ଗଭୀରତା 

ଆକାଶରେ ବଉଦ ସେପାଖର କଥା

ସୁଉଚ୍ଚ ପରର୍ବତ ଶିଖରର ସ୍ଥିତି

ପାତାଳର ପରିସ୍ଥିତି 

ମୋଠୁ କିଛି ବି ଅଛପା ନଥାଏ।

ମୁଁ ସବୁ କଥା ଶୁଣିପାରେ

ମନରେ ଥିବା ଅନୁଚ୍ଚାରିତ ଶବ୍ଦ ବି

ଭାବନାର ଭାବମୟ କଲ୍ଲୋଳ ବି।

ମୋ ପରିବାର ସମଗ୍ର ବିଶ୍ବ ।

ମୋର ଆତ୍ମୀୟମାନେ ନିଜ ନିଜ ଦୁଃଖ ପାଇଁ 

ମୋତେ ହି ଦାୟୀ କରନ୍ତି 

ହେଲେ ମୁଁ ସଦା ସେମାନଙ୍କ ମଙ୍ଗଳ ମନାସେ

ଏବଂ ସେ ଦିଗରେ କାର୍ଯ୍ୟ କରେ।

ପଥହୁଡାକୁ ଘରକୁ ଫେରାଏ

ଅନ୍ଧାରରୁ ଆଲୁଅକୁ

ଅଜ୍ଞାନରୁ ଜ୍ଞାନର ସ୍ରୋତ ଆଡକୁ ଆକର୍ଷିତ କରେ

ମୃତ୍ୟୁକୁ ଡରୁଥିବା ମଣିଷକୁ ତାର

ଅମୃତମୟ ସ୍ଥିତି ବିଷୟରେ ମନେପକାଏ।

ବେଳାଭୂମିରେ ମଥା ପିଟି

ଚୂର ଚୂର ହୋଇ ଯାଉଥିବା ଉର୍ମିକୁ

ମୋର ମହାସାଗରୀୟ ବକ୍ଷକୁ

ଆଉଜାଇ ନେଇ ତା ମନରେ 

ଆଉଥରେ ଭରିଦିଏ ଅଦମ୍ଯ ସାହସ।

ଥକି ଯାଉଥିବା ହୃଦୟକୁ ବଳ ଦିଏ 

ଏଇମିତି ମୁଁ ଭାଙ୍ଗି ପଡୁଥିବା ସଂସାରକୁ

ନୂଆ କରି ଗଢି ତୋଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract