Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

3  

Sanjya Tripathy

Abstract

ମୁହୂର୍ତ୍ତ

ମୁହୂର୍ତ୍ତ

1 min
164



ମୁହୂର୍ତ୍ତ ମାନଙ୍କର ସମାହାର ହିଁ ଜୀବନ

ଯାହା- ଝଡଝଜା, ଘାତ-ପ୍ରତିଘାତ ଓ ସମସ୍ୟାର ବୁଢିଆଣୀ ଜାଲର

ପକ୍ଷପ୍ରଶ୍ନର - ଅଛିଡା ଅଙ୍କର

ଆତ୍ମ ପ୍ରତ୍ୟୟ, ଆଚ୍ଛାପଲବ୍‌ଭରା ନବ ଅରୁଣିମାର

ଗୁଜବର ଅପରାହ୍ଣ ଓ କ୍ଲାତ ଗୋଧୂଳିର

ଏ ମୁହୂର୍ତ୍ତ ଆସିବ :- ଅସ୍ତମିତ ସୂର୍ଯ୍ୟର ଅରୁଣ ଆଭାରେ

ସଂପର୍କର ସୁରମ୍ୟ ସୃଜନଶୀଳତାରେ

ପରିବର୍ତ୍ତନର ନୂତନ ଏକ ପରିଭାଷାରେ

ଦିଗ୍‌ବଳୟସ୍ପର୍ଶୀ ଜୁଆରରେ- ସମୁଦ୍ରର ସ୍ଵରରେ

ଦିଗଂତ ବିସ୍ତାରୀ ଦେହ ଓ ଦାହରେ- ଭୋକରେ

ପରିଚୟର ପ୍ରାସଂଗିକତାରେ- ନୀରବ ଝଡରେ

ନୀଳତୃଷ୍ଣା ନିର୍ବାପନ ପରିବର୍ତେ ମାଟିର ବାସ୍ନାରେ ମସଗୁଲ୍ ହେବାରେ

ଦାନମାଝୀ ପରି ଅପଖ୍ୟାତିର ଅଧ୍ୟୟର ପୂର୍ଣ୍ଣଚ୍ଛେଦରେ

ଗୋଧୂଳି ଲଗ୍ନରେ ଗ୍ରାମ୍ୟ ଫେରନ୍ତା କିଶୋରୀର

ସାତ୍ତିକ ସୌଦର୍ଯ୍ୟରେ- କୌମୁଦୀ ସୌରଭରେ

ଅସମାନତାଭରା ଅର୍ଥନୀତିର ପୋଜିଟିଭ୍ ଅଭିବୃଦ୍ଧିରେ

ଭାଗବତ ପୁଙ୍ଗିର ସନ୍ଧ୍ୟାରେ- ଅସ୍ତ ଗୋଧୂଳିର ସୂର୍ଯ୍ୟରେ

ଅସହାୟ ପକ୍ଷର ଅନ୍ତରଙ୍ଗ ଏକାକୀତ୍ଵରେ

ସଂପର୍କର ସୁରମ୍ୟ ଅସ୍ତ ରାଗରେ ଭରା

ସୃଜନଶୀଳତାର ଭିନ୍ନ ଏକ ଦିଗଂତରେ ।।


Rate this content
Log in

Similar oriya poem from Abstract