ମତେ ଆଉ ସଜାନା ଦେବୀ ପରି
ମତେ ଆଉ ସଜାନା ଦେବୀ ପରି
ନା, ମତେ ଆଉ ସଜାନା
ଦେବୀ ପରି
ମୁଁ ରକ୍ତ ମାଂସ ଧାରି
ସାଧାରଣ ନାରୀ,
ଏତେ ବ୍ୟଙ୍ଗ, ବିଦ୍ରୁପ, ପରେ
ଇଚ୍ଛା ନାହିଁ ଦେବୀଟିଏ ହେବା ପାଇଁ
ହୋମ,ଧୂପ,ଦୀପ ଦେଇ
ଆବାହନ କରି
ଲୁଣ୍ଠନ କରନା ମୋର ଅସ୍ତିତ୍ୱକୁ
ମୋ ଅସ୍ମିତାକୁ..
ମାଆର ଦର୍ଜା ଦେଇ
ବକ୍ଷ କରି ପାନ,
କେମିତି ଯେ ପାଶୋରିଯାଏ
ଏ ମଣିଷ ମାଆର ଋଣ..
ବିପଦ ବେଳେ ସର୍ବେ ଡାକନ୍ତି
ରକ୍ଷାକର ମାଆ ଦଶଭୂଜା,
ଆଜି ସେଇ ମାଆ
ଭୂଜା ଟେକି ନିମନ୍ତ୍ରଣ କରେ ମୃତ୍ୟକୁ...
ମୃଣ୍ମୟୀ ଦେବୀ ପ୍ରତିମା ଆଜି ପୂଜା ପାଏ
ମେଢ଼, ମନ୍ଦିର, ମଣ୍ଡପରେ...
ଖୁବ ଜାକଜମକରେ
ମହାଆଡମ୍ବରରେ,
ଚଳନ୍ତି ଦେବୀ ଆଜି ବି ହୁଏ
ଧର୍ଷିତା ଏ ଦାନବଙ୍କ ଦ୍ୱାରା...
ହାତରେ ଶିକୁଳି, ପାଦରେ ଜଞ୍ଜିର
ମୁହଁରେ ନିରାବତାର ତାଲା..
ନାହିଁ ମୋ ପାଖେ ଦୈତ୍ୟ ଶକ୍ତିର ବିନାଶ ପାଇଁ
ଦୈବ ଶକ୍ତି...
ମୁଁ ନିରୁପାୟ, ନିରାଶ, ନିରବ,ନିଶ୍ୱ..
ନା, ମତେ ଆଉ ସଜାନା ଦେବୀ ପରି,
ମୁଁ ରକ୍ତ, ମାଂସ ଧାରି
ସାଧାରଣ ନାରୀ...।