STORYMIRROR

Prasant Kumar Nath

Action

3  

Prasant Kumar Nath

Action

ମତଦାନ

ମତଦାନ

1 min
266


ମତଦାନ ଅଟେ ଆମରି କର୍ତ୍ତବ୍ୟ

କରିଦେବା ମତଦାନ

ଆମରି ମତରେ ଦେଶଟା ଆମର

ହୋଇ ପାରିବ ମହାନ ।


ଆମ ଅଧିକାର ସାବ୍ୟସ୍ତ କରିବା

ଭୋଅଟ କେନ୍ଦ୍ରକୁ ଯାଇ

ଯୋଗ୍ୟ ପ୍ରାର୍ଥୀ ଆମେ ଚୟନ କରିବା

ଚିହ୍ନରେ ମୋହର ଦେଇ ।


ଆମରି ମତକୁ ବିକିଦେବା ନାହିଁ

ମଦ ଓ ମାଉଁସ ଖାଇ

ବହୁ ମୂଲ୍ୟବାନ ମତଟି ଆମର

ମୂଲ୍ୟତା ମିଳିବ ନାହିଁ ।


ଚୋର ଖଣ୍ଟ ଯେତେ ଶାସନ କରିବେ

ଦେଶକୁ ଖାଇବେ ବିକି

ସାମାନ୍ୟ କେତେଟା ଅର୍ଥରାଶି ପରା

ଆମକୁ ଦେଵ ଯେ ଠକି ।


ଉନ୍ନତି ବଦଳେ ଅବନ୍ନତି ଯେତେ

ଚାରିଆଡେ ଘଟୁଥିବ

ଗାଆଁରୁ ସହର ଦୁର୍ନୀତି ହୋଇବ

ନିର୍ଯ୍ୟାତନା ଚାଲୁଥିବା ।


ମାଆକୁ ସମ୍ମାନ ମିଳିବ ନାହିଁଟି

ବେକାରୀ ବଢ଼ିବେ ଯେତେ

ଚିନ୍ତା କର ଥରେ ଆପଣା ସ୍ୱାର୍ଥରେ

ଲାଭ ବା ମିଳିବ କେତେ ।


ନିଜ ବିବେକକୁ ବନ୍ଧା ଦିଅ ନାହିଁ

ମତଦାନ ଦେବା ପାଇଁ

ଯିଏ ସେ କରିବ ଜଗତ କଲ୍ୟାଣ

ତାକୁତ ଦେବା ଜିତେଇ ।

       



साहित्याला गुण द्या
लॉग इन

Similar oriya poem from Action