Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ମର୍ଯ୍ୟାଦା ପୁରୁଷ ରାମ

ମର୍ଯ୍ୟାଦା ପୁରୁଷ ରାମ

1 min
290



ବନବାସ ଯେବେ କରୁଥିଲ ପ୍ରଭୁ

ସଙ୍ଗେଥିଲେ ସାନଭାଇ

ତୁମରୂପ ଦେଖି ରାବଣ ଭଉଣୀ

ପ୍ରେମେ ହୋଇଗଲା ବାଇ I


ବିବାହ ପାଇଁକି ପ୍ରସ୍ତାବ ଦିଅନ୍ତେ

ତା'ପ୍ରତି ନିଷ୍ଠୁର ହେଲ

ସାନଭାଇ ହସ୍ତେ କପଟରେ ତା'ର

ନାକ କାନ କାଟିଦେଲ I


ରାବଣ ଚୋରାଇ ନେଲା ବୋଲି କ'ଣ

ମା' ସୀତାଙ୍କର ଦୋଷ

କଟୁକଥା କହି ମା'ଙ୍କ ମନରେ

କାହିଁକି ଭରିଲ କ୍ଳେଶ ।


ମା'ଙ୍କ ସତୀତ୍ୱ ଉପରେ କିମ୍ପାଇଁ

ପ୍ରଶ୍ନବାଚୀ ସୃଷ୍ଟିକଲ

କି ନିଷ୍ଠୁର ହେଲ ସୀତା ମାଆଙ୍କର

ଅଗ୍ନି ପରିକ୍ଷା ନେଲ ।


ମର୍ଯ୍ୟାଦାର ତୁମେ ମୂର୍ତ୍ତିମନ୍ତ ରୂପ

ଶ୍ରେଷ୍ଠ ପୁରୁଷ ରାମ

ଗର୍ଭିଣୀ ସୀତାଙ୍କୁ ବନସ୍ତରେ ଛାଡି

କଲ କେଉଁ ଭଲ କାମ ।


ତୁମ କଥା ତୁମ କାମ ସବୁ ପ୍ରଭୁ

ଜଗତ ମଙ୍ଗଳ ପାଇଁ

ପ୍ରଣାମ କରୁଛି ଘେନାକର ନାଥ

ରଘୁପତି ଭାବଗ୍ରାହୀ I


Rate this content
Log in

Similar oriya poem from Abstract