STORYMIRROR

Trushna Das

Abstract Romance Others

3  

Trushna Das

Abstract Romance Others

ମରୁଭୂମିରେ ଆଜି

ମରୁଭୂମିରେ ଆଜି

1 min
266

ମରୁଭୂମିରେ ଆଜି ଜଳ ମିଳିଲା ମୋତେ

     ତୁମେ ମୋ ଜୀବନେ ଆସିଲା ପରେ 

ହଜି ଯାଇଥିବା ଖୁସି 

    ଆଜି ଆଉ ଥରେ ମୁଁ ପାଇଛି ଫେରି।। 


ମରୁଭୂମିରେ ଆଜି ସପନ ଫୁଟିଛି ପୁଣି 

    ତୁମ ସ୍ପର୍ଶ ପାଇ 

ଲାଗୁଛି ମୋତେ ଯେମିତି ଆଜି

    ମୁଁ ପାଇଛି ସବୁ କିଛି ଫେରି।। 



ମରୁଭୂମିରେ ଆଜି ଫୁଟିଛି ଫୁଲ 

    ନାହିଁ ଆଉ ତାହା ଭୂମି ହୋଇ ଶୁଷ୍କ

ପୁଣି ସେଥିରେ ଖେଳି ଉଠିବ 

    ଆଉ ଥରେ ହସଖୁସିର ଘର।। 



ମରୁଭୂମିରେ ଆଜି ବିତାଇଛି ମୋ ଜୀବନ 

    ଜାଣିଥିଲି ମୋ ଈଶ୍ବର କରିବେ ପୂରଣ

ଯାହା ଥିଲା ମୋ ଜୀବନେ ଅଭାବ

   ତୁମକୁ ପାଇ ଲାଗିଲା ଈଶ୍ୱରଙ୍କ ଆଶୀର୍ବାଦ।।



ମରୁଭୂମିରେ ଆଜି ଆସିଛ ତୁମେ

    ଆଣିଛ ଫଗୁଣର ପ୍ରେମ ରଙ୍ଗ ପୁଣି ମୋ ଜୀବନେ 

କଥା ଦିଅ ମୋତେ

  ସାଜିବ ନାହିଁ ତୁମେ ଅନ୍ୟ ପରି ମରୀଚିକା କେବେ।। 



ମରୁଭୂମିରେ ଆଜି ସାଜିଛ ତୁମେ ବର୍ଷା 

    ମେଣ୍ଟାଇବାକୁ ଆସିଛ ମୋ ଜୀବନେ ତୃଷ୍ଣା 

ଭରି ଦେଇଛ ମୋ ଜୀବନେ ପୁଣି ଥରେ ଆଶା

  ପୁଣି ମୋ ଜୀବନେ ସୃଷ୍ଟି କରିଛ ବିଶ୍ୱାସ ଓ ଭରସା।। 



ମରୁଭୂମିରେ ଆଜି ତୁମେ ଫୁଟେଇଛ

    ପୁଣି ହସର ତରଙ୍ଗ 

ମୋତେ ପୁଣି ଦେଖାଇଛ ସପନର ରାଇଜ

   ଯେଉଁଠି ମୁଁ ରାଜକୁମାରୀ ତ ତୁମେ ମୋ ରାଜ କୁମାର।।



ମରୁଭୂମିରେ ଆଜି ତୁମେ 

    ଆଣିଛ ଶୀତଳ ଯେ ଏତେ 

ତାହା ତୁମ ପ୍ରେମରେ ହୋଇଛି ପୁଣି ପ୍ରଫୁଲ୍ଲିତ ଏମିତି ଭାବରେ 

    ଲାଗୁଛି ଯେମିତି ମରୁଭୂମି ପାଲଟି ଯିବ କାଶ୍ମୀରର ବଗିଚାରେ।। 



ମରୁଭୂମିରେ ଆଜି ତୁମେ 

    ଲେଖି ଦେଲ ଏମିତି ଆମ ପ୍ରେମର ଗାଥା ଯେ

ଯାହା ଆଉ ଲିଭିବ ନାହିଁ କେବେ 

    ଯେତେ ଆସିଲେ ବି ଝଡ଼ ବର୍ଷା ଏ ଜୀବନେ।। 



ମରୁଭୂମିରେ ଆଜି ତୁମେ ଆଣିଛ ଲକ୍ଷେ ଫଗୁଣ 

    ସଞ୍ଚାର କରିଛ ପ୍ରେମର ସାଗର 

ନ ଲାଗୁ ସେଥିରେ କାହାରି ନଜର

    ରହି ଥାଉ ଆମ ଉପରେ ଈଶ୍ୱରଙ୍କ ଆଶୀର୍ବାଦ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract