STORYMIRROR

Basanta Pradhan

Abstract

2  

Basanta Pradhan

Abstract

ମରୁଭୂମି

ମରୁଭୂମି

1 min
73


ମରୁଭୂମି କେବେ ପଚାରି ବୁଝେନା

ଯନ୍ତ୍ରଣା ଯେ ପଥିକର ,

କିପରି ବୁଝିବ ଅନ୍ୟର ହୃଦୟ

ନିଜେ ଯିଏ ହାହାକାର ।

ଅନ୍ୟର ଶୋଷକୁ ମେଣ୍ଟାଇ ପାରେନା

ସୃଜିଥାଏ ମରୀଚିକା ,

ସୁଖ ଶତଦଳ ଫୁଟାଇ ପାରେନା

ପଥିକକୁ ଦିଏ ଧୋକା ।

ସେହିପରି ଯା'ର ସ୍ନେହ ପ୍ରେମ ଝର

ହୃଦୟରେ ବହେ ନାହିଁ ,

ଜୀବନ ତାହାର ଏକ ମରୁଭୂମି

ସୁଖ ବା ଲଭିବ କାହିଁ ?


Rate this content
Log in

Similar oriya poem from Abstract