ସ୍ମୃତି****
ସ୍ମୃତି****

1 min

297
ସ୍ମୃତି ଗୋଟିଏ ଝଙ୍କାଳିଆ ତରୁ
ଜୀବନର ପଥ ଧାରେ ,
ଚର୍ବିତ ଚର୍ବଣ କରେ ମନ ଗୋରୁ
ବସିଗଲେ ନିରୋଳାରେ ।
ସ୍ମୃତି ଆଇନାରେ ଜୀବନର ଛବି
ଦେଖିବାକୁ ଇଚ୍ଛା ହୁଏ ,
ବାସ୍ତବ ଜୀବନେ ତା'ଠାରୁ ଯେ କେତେ
କଥା ଶିଖିବାର ଥାଏ ।
ସ୍ମୃତି ଯେ ଅଟଇ ଗୋଟିଏ ଝରଣା
କୁଳୁକୁଳୁ ବହିଯାଏ ,
ତା'କୂଳରେ ବସିଗଲେ କିଛି କ୍ଷଣ
ନିଜକୁ ଦୂରେଇ ନିଏ ।
ସ୍ମୃତି ଅପରୂପା ସୁନାନାକୀ ଝିଅ
ହୁଏ ନାହିଁ କେବେ ଭୁଲି ,
ତା' ମୁହଁରେ ଖେଳେ କେତେ ହସ ଲୁହ
ଅଟେ ଜୀବନ ସଙ୍ଖାଳି ।